ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୦୦ କୋଟିର ଫିଲ୍ମ ‘ବ୍ରହ୍ମାସ୍ତ୍ର’ : ରଣବୀର ନେଇଛନ୍ତି ୩୦ କୋଟି

ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀଯୁଗଳ ରଣବୀର କପୁର ଓ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରିଅଲ୍‌ ଲାଇଫ୍‌ର ଏହି ଦମ୍ପତି ବହୁତ ଜଲଦି ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ନଜର ଆସିବେ। ଏଥିରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ବହୁ ଆଗଧାଡ଼ିର କଳାକାର କାମ କରୁଛନ୍ତି। ବିଗ୍‌ ବି ଅମିତାଭ, ନାଗାର୍ଜୁନ୍ , ଡିମ୍ପଲ କପାଡିଆ ଓ ମୌନି ରାୟଙ୍କର ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୩୦୦ କୋଟିର ଏହି ଫିଲ୍କକୁ ଚଳିତବର୍ଷର ସବୁଠୁ ମହଙ୍ଗା ଫିଲ୍ମ କୁହାଯାଉଛି। ସୁପର୍‌ହିରୋ ଉପରେ ଆଧାରିତ ଏହି ଫିଲ୍ମକୁ ଦୁଇଟି ଭାଗରେ ରିଲିଜ୍‌ କରାଯିବ। ଫିଲ୍ମକୁ ନିର୍ମାଣ କରିବା ପାଇଁ ପାଖାପାଖି ଚାରିବର୍ଷ ସମୟ ଲାଗିଛି। ଏଥିରେ କାମ କରୁଥିବା କଳାକାରମାନେ ଏଥିପାଇଁ ଅଧିକ ସମୟ ଦେଇଛନ୍ତି ବୋଲି ଏଥିରୁ ସ୍ପଷ୍ଟ ହେଉଛି। ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ବେଶ୍‌ ମୋଟାଅଙ୍କର ଅର୍ଥ ନେଇଥିବା କଥା ଜଣାପଡିଛି।

ଏକୁଟିଆ ରଣବୀର ଏହି ଫିଲ୍ମ ପାଇଁ ୨୫ରୁ ୩୦ କୋଟି ନେଇଥିବା ଚର୍ଚ୍ଚା ହେଉଛି। ଆଲିଆ ଫିଲ୍ମ ପାଇଁ ୧୦ରୁ ୧୨ କୋଟି ଟଙ୍କା ନେଇଛନ୍ତି। ଫିଲ୍ମରେ ରଣବୀରଙ୍କ ନାମ ‘ଶିବା’ ଓ ଆଲିଆଙ୍କ ନାମ ‘ଇଶା’ ରଖାଯାଇଛି। ଏଥିରେ ବ୍ରହ୍ମା ଭଗବାନଙ୍କ ଅବତାରରେ ନଜର ଆସିବେ ବିଗ୍‌ ବି’। ଏହି ଚଳଚ୍ଚିତ୍ର କରିବା ପାଇଁ ବିଗ୍‌ ବି’ ୮ କୋଟି ନେଇଛନ୍ତି। ସେହିଭଳି ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ମୌନି ରାୟ ଏହି ଫିଲ୍ମ ପାଇଁ ୩ କୋଟି ନେଇଛନ୍ତି। ମୌନି ଏଥିରେ ଖଳନାୟିକା ଭାବେ ଦେଖାଯିବେ। ସେହିଭଳି ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନ୍‌ ଏହି ଫିଲ୍ମ ଦ୍ବାରା ଅନେକ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି। ଏହି ଫିଲ୍ମ ପାଇଁ ସେ ୧୦ରୁ ୧୨ କୋଟି ଟଙ୍କା ନେଇଛନ୍ତି। ଏଥିରେ ନାଗାର୍ଜୁନ୍‌ ଜଣେ ପୁରାତତ୍ତ୍ବବିତ୍‌ ଭୂମିକାରେ ନଜର ଆସିବେ। ବିଗତ ଦିନର ଅଭିନେତ୍ରୀ ଡିମ୍ପଲ କପାଡିଆ ମଧ୍ୟ କୋଟିଏରୁ ଦୁଇ କୋଟି ଟଙ୍କା ନେଇଛନ୍ତି।

Leave A Reply

Your email address will not be published.