ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଲାକୁ ଛଡାଇବାରେ ବିଫଳ ହେବାରୁ ମୋବାଇଲ ଛଡାଇ ନେଇ ମହିଳାଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବସୁଦେବପୁର ଅଲବଗା ଛକରେ ମହିଳାଙ୍କୁ ଗୁଳିମାଡ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ପାଖରୁ ଛୋଟ ପିଲାକୁ ଛଡାଇବାକୁ ଉଦ୍ଯମରେ ବିଫଳ ହେବାରୁ ମୋବାଇଲ ଛଡାଇ ହାତକୁ ଗୁଳି ଚଳାଇ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଜଣେ ମହିଳା ମୋବାଇଲ ଲାଇଟ୍ ଦେଇ ରାସ୍ତାର ଚାଲି ଚାଲି ଯାଉଥିଲେ । ଦୁବୃର୍ତ୍ତମାନେ ମହିଳାଙ୍କ ପାଖରୁ ଛୋଟ ପିଲାଙ୍କୁ ଛଡାଇବାକୁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହୋଇଥିଲେ। ପରେ ମୋବାଇଲ ଛଡାଇ ହାତକୁ ଗୁଳି ଚଳାଇ ଦୁବୃର୍ତ୍ତମାନେ ଫେରାର ହେଇଯାଇଛନ୍ତି। ଗୁରୁତର ଆହତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.