ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ, ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ

ଭୁବନେଶ୍ବର : କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ, ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ ସଂକ୍ରମିତ ହେଉଛନ୍ତି । ଏମିତି କିଛି ନାହିଁ ଯେ ଅନ୍ୟ ବର୍ଗ ଅପେକ୍ଷ କେବଳ ଶିଶୁ ବର୍ଗ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ଯେତେବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସେହି ସମୟରେ ଶିଶୁ ବର୍ଗଙ୍କ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଥିବା ଜଣଯାଇଛି ।

ଅରଏମ୍ଆରସି ଭୁବନେଶ୍ବର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା। ଯାହା ଜଣାପଡିଛି ଯେ ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ। ବୟସ୍କଙ୍କୁ ଟିକା କିଛିକାଂଶରେ ଶିଶୁଙ୍କୁ ଦେଇଛି ସୁରକ୍ଷା। ଅରଏମ୍ଆରସି ଭୁବନେଶ୍ବର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ୨୦୨୦ ମର୍ଚ୍ଚ ୭ ରୁ ୨୦୨୧ ଅଗଷ୍ଟ ୧୭ ତାରିଖ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା। ସେଥିରୁ ୭୫ ହଜାର ୧୯୦ ଜଣ ( ୧୩ ପ୍ରତିସତ)ସଂକ୍ରମିତ ରହିଥିଲେ। ସେଥିରୁ ୫ ହାଜର ୯୮୮ ଜଣ ୧୮ ବର୍ଷରୁ କମ ବୟସର ପିଲା ରହିଥିଲେ। ଏହା ସହ ୬୯ ହଜାର ୨୦୨ ଜଣ ବିଭିନ୍ନ ବର୍ଗର ରହିଥିଲେ। ସେହି ପରି ଶୂନ୍ୟର ୧୭ ବର୍ଷ ମଧ୍ୟରେ ୧୧.୬ପ୍ରତିସତ , ୬ ରୁ ୯ ବର୍ଷ ମଧ୍ୟରେ ୧୨.୯୬, ଶୂନ୍ୟର ୫ ବର୍ଷ ମଧ୍ୟରେ ୯.୦୭ ସଂକ୍ରମିତ ଥିଲେ।

ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ଦୁଇଟି ଲହର ସମୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ବୟସ୍କଙ୍କ ତୁଳନାରେ କମ୍ ଥିଲା । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଓଡିଶାରେ ୦ ରୁ ୧୭ ବର୍ଷ ବୟସରେ ମୃତ୍ୟୁ ହାର ଯଥାକ୍ରମେ .୦୫ ପ୍ରତିସତ ଏବଂ .୦୩% ଥିଲା । ଯାହା ସମଗ୍ରିକ ମୃତ୍ୟୁବର .୭୫ପ୍ରତିସତ ଠାରୁ ବହୁତ କମ୍ ଥିଲା । ୨୦୨୧ ମସିହାରେ ୦ ରୁ ୬ ବର୍ଷ ବୟସରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ରୁ ୧୪ ବର୍ଷ ବୟସରେ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭାବରେ ୧୫ ରୁ ୧୮ ବର୍ଷ ବୟସ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି।

ତୃତୀୟ ଲହରର ଆକଳନ ଅନୁସାରେ ଅଧିକ ମାତ୍ରାରେ ଶିଶୁ ବର୍ଗ ସଂକ୍ରମିତ ହେବେ । ଫଳରେ ଶିଶୁ ବର୍ଗଙ୍କ ପ୍ରତି ବଡ଼ ବିପଦ ଘନେଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଏହି ଆକଳନକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଚିନ୍ତାରେ ରହିଥିଲେ । ହେଲେ ବାସ୍ତବରେ ସଂକ୍ରମଣ ଶିଶୁଙ୍କ ପତି କେତେ ମାତ୍ରାରେ ପ୍ରଭାବିତ କରୁଛି, ଆଉ ସଂକ୍ରମଣରେ ଶିଶୁ ବର୍ଗ କେତେ ମାତ୍ରାରେ ସୁରକ୍ଷିତ ଅଛନ୍ତି, ତାହାକୁ ନେଇ ଆରଏମ୍ଆରସି ଭୁବନେଶ୍ୱର ପକ୍ଷରୁ ଏକ ସର୍ଭେ କରାଯାଇଥିଲା। କରେନାରେ ଅନ୍ୟ ବର୍ଗ ଅପେକ୍ଷା ଶିଶୁ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ଏହି ସର୍ଭେ ଜଣାପଡ଼ିଛି ଯେ କରୋନା ସଂକ୍ରମଣରେ ଅନ୍ୟ ବର୍ଗର ଲୋକମାନେ ସେତେ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ ସମାନ ଭାବରେ ଶିଶୁ ବର୍ଗ ମଧ୍ୟ ସଂକ୍ରମିତ ହେଉଛନ୍ତି।

Leave A Reply

Your email address will not be published.