ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୌବନପ୍ରାପ୍ତ ଯୁବତୀ ନିଜ ଇଚ୍ଛାରେ ବିବାହ କରିପାରିବେ: ହାଇକୋର୍ଟ

ଚଣ୍ଡିଗଡ଼: ସତର ବର୍ଷୀୟ ମୁସଲମାନ ଯୁବତୀ ଏବଂ ହିନ୍ଦୁ ଯୁବକଙ୍କ ବିବାହକୁ ନେଇ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଯୌବନପ୍ରାପ୍ତ କରିଥିବା ମୁସଲମାନ ଯୁବତୀ ଯେକୌଣସି ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ସ୍ବାଧୀନ ବୋଲି କୋର୍ଟ କହିଛନ୍ତି। ସୂଚନା ଅନୁଯାୟୀ ଯୁବତୀ ପରିବାର ବିରୋଧରେ ଯାଇ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଥିଲେ। ଏହା ଉପରେ ଅଦାଲତ ମୁସଲିମ୍‌ ପର୍ସନାଲ ଲ’କୁ ଆଧାର କରି କହିଥିଲେ ଯେ ଯଦି ପୁଅଝିଅ ରାଜି ଅଛନ୍ତି ତେବେ ପରିବାର ଏଥିରେ ଦଖଲ ଦେଇପାରିବେ ନାହିଁ। ଏହା ସହିତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଥିଲେ ଯେ ମୁସଲିମ ପର୍ସନାଲ ଲ’ ଅନୁଯାୟୀ ମୁସଲମାନ ଯୁବତୀଙ୍କ ବିବାହ ହୋଇଥାଏ। ସର ଦିନଶାହ ଫରନ୍ଦୁଜିଙ୍କ ପୁସ୍ତକ ପ୍ରିନ୍ସପୁଲ୍ସ ଅଫ ମହମ୍ମଦନ ଲ’ର ଧାରା ୧୯୫ ଅନୁଯାୟୀ ୧୫ ବର୍ଷ ବୟସରେ ପୁଅ ଏବଂ ଝିଅ ଯୌବନପ୍ରାପ୍ତ କରିଥାନ୍ତି। ଏହାକୁ ବୟସ୍କ ଧରାଯାଏ। ୧୭ ବର୍ଷୀୟ ଯୁବତୀ ନିଜ ଇଚ୍ଛାରେ ପସନ୍ଦ କରିଥିବା ଯୁବକଙ୍କୁ ବିବାହ କରିବା ପାଇଁ ଯୋଗ୍ୟ। ଏହା ପର୍ସନାଲ ଲ’ ଅନୁଯାୟୀ ମଧ୍ୟ ବୈଧାନିକ। କୋର୍ଟ ଆବେଦନକାରୀ (ଯୁବତୀ)ଙ୍କ ଚିନ୍ତା ବିଷୟରେ ଆଖି ବନ୍ଦ କରିପାରିବେ ନାହିଁ। କେବଳ ପରିବାର ଲାଗି ସେମାନଙ୍କୁ ସମ୍ବିଧାନର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ।

Leave A Reply

Your email address will not be published.