ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସବୁଜ ମଣିଷ କ୍ଷୀରୋଦ ଜେନା, ପୁରସ୍କାର ଅର୍ଥରାଶିକୁ ଗଛ ଲଗାଇବା ପାଇଁ କଲେ ଉତ୍ସର୍ଗ

ବାଲିକୁଦା: ବଡ଼ଚଣା ବ୍ଳକ ଅନ୍ତର୍ଗତ କଳାଶ୍ରୀ ଗ୍ରାମର କ୍ଷୀରୋଦ ଜେନା ୨୦୦୫ ମସିହାରୁ ସେନାବାହିନୀରୁ ଅବସର ନେବା ପରେ ବିଭୀନ୍ନ ସ୍ଥାନରେ ଗଛ ଲଗାଇବାକୁ ନିଜର ନିଶା କରିଛନ୍ତି । ନିଜ ଗାଁ ସହିତ ସମଗ୍ର ଅଂଚଳକୁ କିପରି ସବୁଜ କରିହେବ ଓ ପରିବେଶ ସୁରକ୍ଷା ହୋଇପାରିବ ସେଥିପାଇଁ ସେ ଗଛ ଲଗାଇବା ଅଭିଜାନ ଜାରିରଖିଛନ୍ତି । ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ରୁ ଉଦ୍ଧ୍ୱର୍ ବିଭିନ୍ନ ଫଳ ଗଛ ଗାଁକୁ ଗାଁ ବୁଲି ଲଗାଇ ସାରିଲେଣି । ନିଜ ପେନସନ ପଇସାରୁ କିଛି ଅର୍ଥ ସେ ଏହି କାର୍ଯ୍ୟରେ ବିନିଯୋଗ କରନ୍ତି । ତାଙ୍କର ଏହି କାମ ପାଇଁ କେତେକ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମଧ୍ୟ କ୍ଷୀରୋଦଙ୍କୁ ଏହି କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି । ଏହି କାର୍ଯ୍ୟ କ୍ଷୀରୋଦ ଦୀର୍ଘ ବର୍ଷ ହେଲା ଅନବରତ ଭାବେ ଜାରି ରଖିଛନ୍ତି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟ୍ବିଟ ଯୋଗେ ତାଙ୍କୁ କୃତଜ୍ଞତା ମଧ୍ୟ ମିଳିଛି ।

ଚଳିତ ବର୍ଷ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ସବୁଜ ମଣିଷ କ୍ଷୀରୋଦଙ୍କୁ ‘ପ୍ରଦ୍ୟୁମ୍ନ ବଳ ପରିବେଶ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, କିଟ ଓ କିମସର ସଭାନେତ୍ରୀ ସାସ୍ୱତୀ ବଳ ପ୍ରମୁଖ ଶ୍ରୀ ଜେନାଙ୍କୁ ଉତରୀୟ, ମାନପତ୍ର, ଉପଢୈାକନ ସହ କିଛି ଅର୍ଥରାଶି ପୁରସ୍କାର ବାବଦରେ ପ୍ରଦାନ କରିଥିଲେ। ମାତ୍ର ଶ୍ରୀ ଜେନା ପୁରସ୍କାର ପାଇଥିବା ଉକ୍ତ ଅର୍ଥରାଶିକୁ ଗଛ ଲଳଗାଇବା ପାଇଁ ଉତ୍ସର୍ଗ କରିଦେଇଥିବା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ୧ ହଜାର ଜାମୁ, ଆମ୍ବ, ନିମ୍ବ, ବେଲ ଆଦି ଚାରା ଗଛ ପ୍ରସ୍ତୁତି କରିସାରିଥିବା ଜଣାପଡ଼ିଛି। ଉକ୍ତ ୧ ହଜାର ଚାରା ଗଛକୁ ଶୋଳପୁଅମା ବିକାଶ ମଞ୍ଚ ଜରିଆରେ ଲାଗାଇ ପାହାଡ଼କୁ ସମ୍ପୃର୍ଣ୍ଣ ସବୁ ଜିମାରେ ପରିଣତ କରିବାରେ ଲକ୍ଷ ରଖିଛନ୍ତି । ଗଛ ଲଗାଇବାକୁ ନିଶା କରିଥିଲାବେଳେ ଗଛଟିଏ ବଂଚି ବଡ ହେଲେ ତାହା ତାଙ୍କୁ ଶାନ୍ତି ଦିଏ ବୋଲି କହି ଆଗକୁ ସେ ଗଛ ଲଗାଇବା କାର୍ଯ୍ୟ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

 

 

 

 

Leave A Reply

Your email address will not be published.