ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତିଙ୍କର ହେବ ବାଇପାସ୍ ସର୍ଜରୀ‌

ନୂଆଦିଲ୍ଲୀ :  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଏବେ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌‌) ରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତାଙ୍କୁ ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୦ ତାରିଖ ସକାଳେ ଅସ୍ତ୍ରୋପଚାର ହୋଇପାରେ ବୋଲି ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଶୁକ୍ରବାର ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟସ୍ଥିତ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ ଶନିବାର ମଧ୍ୟାହ୍ନରେ ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତରଣ କରାଯାଇଛି। ସେଠାରେ ଏବେ ଚିକିତ୍ସାଧିନ ଥିବା ବେଳେ ତାଙ୍କୁ ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦିଆଯାଇଥିବା ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚିତ କରାଯାଇଛି।

Leave A Reply

Your email address will not be published.