ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଉତ୍ପାତ କଲେଣି ମଦୁଆ: ପାର୍ବଣ ପୂର୍ବରୁ ବୁଲିବ ମଦୁଆଧରା ଗାଡ଼ି

ବ୍ରେଥ ଆନାଲାଇଜର ଲଗାଇ ମଦୁଆଙ୍କୁ ଧରିବ ପୁଲିସ

ଭୁବନେଶ୍ୱର: ଛକ ଛକରେ ଖଟି। ଆଉ ଖଟିରେ ମଦୁଆ କରୁଛନ୍ତି ଉତ୍ପାତ। ପାର୍ବଣ ଆସୁଥିବାରୁ ଅଶାନ୍ତ ହୋଇଗଲାଣି ରାଜଧାନୀ। ଆଗକୁ ପୂଜା ଥିବାରୁ ଏବେ ଠାରୁ ରାଜଧାନୀରେ ମାତିଲେଣି ମଦୁଆ। ସନ୍ଧ୍ୟାରୁ ରାତି ଯାଏଁ ରାଜଧାନୀରେ ଜମୁଛି ମଦର ଆସର। ମଦ ନିଶାରେ ମତୁଆଲା ହେଉଛନ୍ତି ନିଶାଡ଼ି। ରାତି ଅଧ ପର୍ଯ୍ୟନ୍ତ ବାର୍‍ ଖୋଲୁଥିବାରୁ ମଦୁଆଙ୍କୁ ସୁହାଉଛି। ରାତିରେ ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ି ଚଳାଉଛନ୍ତି। କିଏ ମଦ ପିଇ ଗାଡ଼ିକୁ ଡିଭାଇଡରରେ ପିଟିଦେଲାଣି ତ ଆଉ କିଏ ବାଇକରୁ ପଡ଼ି ଜୀବନ ହାରିଲାଣି। ରାତିରେ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକଙ୍କ ଠାରୁ ନିଶାସକ୍ତ ଯୁବକ ମାଡ଼ ମାରି ଲୁଟ୍‍ପାଟ୍‍ କଲେଣି। ଟଙ୍କା ନ ଦେବାରୁ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଥିବା ଅଭିଯୋଗ ହେଉଛି। ସେହିଭଳି ସନ୍ଧ୍ୟା ହେଲେ ଗଳିଗଳିରେ ମଦୁଆ ଆଡ୍ଡା ଜମାଉଛନ୍ତି। ରାସ୍ତାକଡ଼ ଠାରୁ ଆରମ୍ଭ କରି ପାର୍କ ଓ ଖେଳ ପଡ଼ିଆରେ ମଦ୍ୟପାନ କରୁଛନ୍ତି। ଅଧିକାଂଶ ସମୟରେ ସର୍ବସାଧାରଣରେ ମଦ ପିଇ ଗଣ୍ଡଗୋଳ କରୁଛନ୍ତି। ରାତିରେ ମଦୁଆଙ୍କ ଉତ୍ପାତ ଦେଖି ସହରବାସୀ ଅସହ୍ୟ ହୋଇପଡ଼ିଲେଣି।

ସେହିପରି କିଛି ଦିନ ତଳେ ସହିଦ ନଗର ଥାନା ଅଧୀନ ଡିସିପି କାର୍ଯ୍ୟାଳୟ ସାମ୍‍ନାରେ ମଦ ନିଶାରେ ୨ ଜଣ ଯୁବକ ସୌମ୍ୟରଞ୍ଜନ କୁଣ୍ଡୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେହିଭଳି ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଅଭିନେତ୍ରୀ ରାତିରେ ଘରକୁ ଫେରୁଥିବା ସମୟରେ ୩ଜଣ ମଦ୍ୟପ ଗାଳିଗୁଲଜ କରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଗତବର୍ଷ ମଧ୍ୟ ସମାନଧରଣର ଜଣେ ଅଭିନେତ୍ରୀଙ୍କ ଗାଡ଼ି ଉପରକୁ ମଦ ବୋତଲ ପକାଇ ଦେଇଥିଲେ କିଛି ମଦ୍ୟପ। କେବଳ ଏତିକି ଘଟଣା ନୁହେଁ ବରଂ ରାତିରେ ମଦୁଆମାନେ ରାଜଧାନୀରେ ଏକାଧିକ ଘଟଣା ଘଟାଉଛନ୍ତି। କିଛି ଦିନ ହେବ ଖଟିରେ ଚଢ଼ଉ କରି ମଦୁଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମଦ୍ୟପଙ୍କ ଉପରେ କୌଣସି ପ୍ରଭାବ ପଡ଼ିପାରି ନ ଥିବା ଭଳି ମନେ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ପୂଜା ସମୟରେ ମଦୁଆ ମାତିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଓ ସମ୍ବଲପୁର ପୁଲିସ ମଦୁଆଧରା ଗାଡ଼ିରେ ମଦୁଆଙ୍କୁ ଧରି ଆଣୁଛି। ଏବେ ରାଜଧାନୀରେ ସମାନ ଫର୍ମୂଲା ଲାଗୁକରିବା ଲାଗି କମିସନରେଟ୍‍ ପୁଲିସ ଯୋଜନା କରୁଛି। ଖୁବ୍‍ଶୀଘ୍ର ରାତିରେ ମଦୁଆଙ୍କୁ ଧରିବା ଏକ ମଦୁଆଧରା ଗାଡ଼ି ବୁଲାଇବାକୁ ପ୍ରସ୍ତୁତ କରାଯାଉଛି। ଏପରିକି ମଦୁଆଙ୍କୁ ଧରିବା ଲାଗି ବ୍ରେଥ ଆନାଲାଇଜର ବ୍ୟବହାର କରାଯିବ। ଏହି ସ୍ୱତନ୍ତ୍ର ଅଭିଯାନରେ ସହରରେ ବୁଲୁଥିବା ମଦୁଆଙ୍କୁ ଧରି ଜରିମାନା ଆଦାୟ କରାଯିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ମତ ଦେଇଛନ୍ତି।

Leave A Reply

Your email address will not be published.