ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝୁଲନ୍ତା ମୃତଦେହକୁ ୨୪ ଘଣ୍ଟା ଜଗିରହିଲା ପୁଲିସ

ମହାକାଳପଡା: ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ଗୟାସପୁର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ମାଲକାନାଗିରି ମାଥିଲି ଅଂଚଳର ଜନୈକ ଆଦିବାସୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ୨୪ ଘଣ୍ଟା ପୁଲିସ ଝୁଲନ୍ତା ମୃତଦେହକୁ ଜଗିବା ପରେ ଗୁରୁବାର ଅପରାହ୍ନରେ ପରିବାରଲୋକ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ଗୟାସପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାର୍ତିକ ଲେଙ୍କାଙ୍କ ଘରେ ପ୍ରାୟ ୮ ବର୍ଷ ହେବ ମାଲକାନାଗିରି ମାଥିଲି ଅଂଚଳର ମୁନା ନାଲି ନାମକ ଛାତ୍ର ରହିଆସୁଥିଲା । ସ୍ଥାନୀୟ ବିଣାପାଣୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲା। ବୁଧବାର ଅପରାହ୍ନରେ ସେ ରହୁଥିବା ଘରେ ସିଲିଙ୍ଗ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ପକ୍ଷରୁ ମହାକାଳପଡା ପୁଲିସକୁ ସୂଚନା ଦିଆଯାଇଥିଲା ।

ଖବର ପାଇ ପୁଲିସ ଗୟାସପୁରରେ ପହଞ୍ଚି ସଂପୃକ୍ତ ଘରକୁ ସିଲ୍ କରି ମୃତଦେହକୁ ଜଗି ରହିଥିଲା । ଗୁରୁବାର ଅପରାହ୍ନରେ ମୃତକଙ୍କ ପରିବାର ଲୋକ ପହଂଚିବା ପରେ ବି ପୁଲିସ ନିକଟରେ କୌଣସି ଅଭିଯୋଗ କରି ନ ଥିଲେ ଫଳରେ ଘରମାଲିକଙ୍କ ଲିଖିତି ସୂଚନାକୁ ଗ୍ରହଣ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ତେବେ ଛାତ୍ରର ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମେଧାବୀ ଛାତ୍ର ଭାବରେ ମୁନା ନାଲି ଏନଆରଟିଏସ୍‌,ଏମଏମଏନଏସ୍ ଭଳି ଛାତ୍ରବୃତି ପାଇବାକୁ ଯୋଗ୍ୟ ହୋଇପାରିଥିଲେ । ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ୟ୍ୟନ୍ତ ସମସ୍ତ କ୍ରୀଡାରେ ଚମ୍ପୟାନ ମଧ୍ୟ ହେଉଥିଲା । ତେଣୁ ଜଣେ ମେଧାବୀ ଛାତ୍ରର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଅଞ୍ଚଳବାସୀ ଏବଂ ସହପାଠୀ ଛାତ୍ରଛାତ୍ରୀମାନେ ।

ଦଶମ ଶ୍ରେଣୀରେ ପଢୁଥିବା ଆଦିବାସୀ ଛାତ୍ର ପ୍ରାୟ ୮ ବର୍ଷ ତଳେ ଅର୍ଥାତ ପ୍ରଥମ ଶ୍ରେଣୀରେ ପଢୁଥିବା ବେଳେ ସୁଦୂର ମାଲକାନାଗିରିରୁ ଆସି କେନ୍ଦ୍ରାପଡାର ଗୟାସପୁରରେ କେମିତି ପହଂଚିଲା । କେମିତି ଏତେ ଛୋଟ ବେଳୁ ରହିପାରିଲା, କେବଳ ପାଠ ପଢିବା ପାଇଁ ରହିଥିଲା ନା ଆଉ କିଛି କାରଣ ରହିଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.