ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଅପହରଣ ଉଦ୍ୟମ, ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଧରିଲା ପୁଲିସ

ଦିଗପହଣ୍ଡି: ବ୍ରହ୍ମପୁର ଜିଲ୍ଲା ଚିକିଟି ବ୍ଲକ ଲକ୍ଷ୍ମୀପୁର ଛକରେ ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାରକୁ ନେଇ ଅପହରଣ କରିଥିଲେ। ଅପହରଣ ହୋଇଥିବା ଯୁବକ ଜଣଙ୍କ ଜିତେନ୍ଦ୍ର ପ୍ରଧାନ।

ଖବର ଅନୁଯାୟୀ, ଜିତେନ୍ଦ୍ର ପ୍ରଧାନଙ୍କୁ ଗତକାଲି ରାତିରେ ୫ଜଣ ଯୁବକ ମାରୁତି କାରରେ ବଳ ପୂର୍ବକ ଗାଁ ରାସ୍ତାରୁ ଉଠାଇ ନେଇଯାଇଥିଲେ। ଏହାପରେ କିଛି ଯୁବକ ଏହା ଦେଖି କାର ପଛରେ ବାଇକରେ ଗୋଡ଼ାଇବା ସହ କେ. ନୂଆ ଗାଁ ଥାନା ପୁଲିସକୁ ଖବର ଦେଇଥିଲେ। ଦୁର୍ବୃତ୍ତମାନେ ଜିତେନ୍ଦ୍ରଙ୍କୁ ବ୍ରହ୍ମପୁର ଚିକିଟି ରାସ୍ତାର ଟାମନା ରାସ୍ତାର କୌଣସି ଏକ ନିର୍ଜନ ସ୍ଥାନରେ ପ୍ରବଳ ପିଟିଥିଲେ।

ପରେ ତାକୁ ଲକ୍ଷ୍ମୀପୂରରେ ଛାଡ଼ିବାକୁ ଆସୁଥିବାବେଳେ ଚିକିଟି ରାସ୍ତାରେ ପୁଲିସ୍ ବ୍ଲକିଂ କରି ଜଗିଥିଲା। ପୁଲିସ ଗାଡ଼ିକୁ ଦେଖି ସ୍ପିଡରେ କାର ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ କାରକୁ ଅଟକାଇ ବାକୁ ଚେଷ୍ଟା କରୁଥିବା ଜଣେ ଏଏସଆଇଙ୍କୁ ମଡାଇ ଦେଇଥିଲେ। ପରେ ସେହି କାରକୁ ପୁଲିସ ଗୋଡ଼ାଇ ଧରିଥିବା ବେଳେ ୫ ଜଣଙ୍କୁ କାବୁ କରିଥିଲା। ୫ ଅଭିଯୁକ୍ତ ମାନେ ଚିକିଟି ବ୍ଲକ ଲାଲ ମେଣ୍ଟାଅଞ୍ଚଳର ବୋଲି ଜଣାପଡ଼ିଛି। ଅପହୃତ ଯୁବକ ଜଣଙ୍କ ଏମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଭଉଣୀଙ୍କୁ ପ୍ରେମ କରିବା ଘଟଣାକୁ ନେଇ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା । ପରେ ଜିତେନ୍ଦ୍ରଙ୍କୁ ପାନେ ଦେବାକୁ ଏଭଳି ଅପହରଣ କରିଥିବା ଜଣାପଡିଛି।

Leave A Reply

Your email address will not be published.