ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରସୱିଣ୍ଡ ପାଇଁ ୯୦ ମିନିଟ ପର୍ଯ୍ଯନ୍ତ ମଝି ଆକାଶରେ ଘୁରିବୁଲିଲା ୧୧ ବିମାନ

ନୂଆଦିଲ୍ଲୀ: କ୍ରସ ୱିଣ୍ଡ ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ୨୦ଟି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିପାରି ନାହିଁ। ସନ୍ଧ୍ୟା ୫ଟାରୁ ୬ଟା ୩୦ ପର୍ଯ୍ୟନ୍ତ ଏହି ବିମାନଗୁଡ଼ିକ ଆକଶମାର୍ଗରେ ଘୁରି ବୁଲିଥିଲେ। ସ୍ଥଳଭାଗରେ ଓହ୍ଲାଇବା ସମ୍ଭବ ହୋଇ ନ ଥିଲା। ରାତି ୮ ଟାରେ ଏହି ପରିସ୍ଥିତି ପୁଣି ଅଧ ଘଣ୍ଟା ପାଇଁ ଘଟିଥିଲା। ଏହି ସମୟରେ ୧୧ ଟି ବିମାନର କ୍ୟାପଟେନମାନେ ମଧ୍ୟ ଅବତରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରବଳ ପବନ ହେତୁ ସମ୍ଭବ ହୋଇପାରି ନ ଥିଲା। ଅପେକ୍ଷା କରିବାକୁ ପଡିଥିଲା। କାରଣ ଏପରି ଅବସ୍ଥାରେ ଅବତରଣ ହେତୁ ବିମାନଟି ରନୱେରୁ ବିଚ୍ୟୁତ ହେବାର ଆଶଙ୍କା ରହିଥିଲା।

ବିମାନଗୁଡିକ ଠିକ ସମୟରେ ଅବତରଣ କରି ପାରି ନ ଥିବାରୁ ଶହଶହ ବିମାନ ଯାତ୍ରୀ ପ୍ରାୟ ଦେଢ ଘଣ୍ଟା ଧରି ଅଟକି ରହିଥିଲେ। ସାଧାରଣତଃ କ୍ରସ୍ ୱିଣ୍ଡ ୧୦ ମିନିଟରୁ ଅଧ ଘଣ୍ଟା ପର୍ଯ୍ଯନ୍ତ ଦେଖାଯାଇଥାଏ। କିନ୍ତୁ ଏଥର କୋଲକାତାରେ କ୍ରସ୍ ୱିଣ୍ଡର ଅବଧି ଅଧିକ ରହିଥିଲା। ଏହି ସମୟରେ କୋଲକାତାରେ ପହଞ୍ଚିବାକୁ ଥିବା ୯ ବିମାନକୁ ମଧ୍ୟ ଡାଇଭର୍ଟ କରିବାକୁ ପଡିଥିଲା।

କ୍ରସ୍ ୱିଣ୍ଡ୍ ଓ ଏହାର ପ୍ରଭାବ:

ବିମାନର ଉଡ଼ାଣ ଦିଗର ବୀପରତି ଦିଗରେ ଗତି କରୁଥିବା ପ୍ରବଳ ପବନକୁ କ୍ରସୱିଣ୍ଡ କୁହାଯାଏ । ଏହ ସମୟରେ ଅବତରଣ କଲେ  ବିମାନ ରନୱେରୁ ବିଚ୍ୟୁତ ହୋଇପାରେ । ଏହି କାରଣରୁ ଦୁର୍ଘଟଣାର ସମ୍ଭାବନା ମଧ୍ୟ ଅଛି। କୋଲକାତାରେ କ୍ରସୱିଣ୍ଡ ସମୟରେ ୧୧ ଟି ବିମାନ ୧୬ ଥର ରନୱେରେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ଏଥିସହିତ ୯ ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାଇଲଟମାନେ କହିଛନ୍ତି ଯେ ପାଣିପାଗ ବିଭାଗ ପ୍ରବଳ ପବନର ସତର୍କ ସୂଚନା ଜାରି କରିଥିଲା। କିନ୍ତୁ ଏଭଳି କ୍ରସ୍ ୱିଣ୍ଡର ସମ୍ମୁଖୀନ ହେବ ବୋଲି ଆଶା କରି ନ ଥିଲେ।

ମାର୍ଚ୍ଚରୁ- ମେ’ ମଧ୍ୟରେ କ୍ରସୱିଣ୍ଡ ଅଧିକ

କ୍ରସୱିଣ୍ଡ ସାଧାରଣତଃ  ମାର୍ଚ୍ଚ ଓ ମେ ମାସରେ ଅଧିକ ହୋଇଥାଏ।  କିନ୍ତୁ ଏହାର ପ୍ରଭାବ କେବଳ ୧୦ ମିନିଟରୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ନିମ୍ନ ଚାପ କ୍ଷେତ୍ର ହେତୁ ଏଥର ଏହି କ୍ରସ୍ ୱିଣ୍ଡର ପ୍ରଭାବ ୯୦ ମିନିଟ୍ ପର୍ଯ୍ଯନ୍ତ ଦେଖାଗଲା । ପ୍ରବଳ ପବନର ରନୱେ କୋଣରୁ ୨୯ ଡିଗ୍ରୀ ପର୍ଯ୍ୟନ୍ତ ବିମାନ ବିଚ୍ଛିନ୍ନ କରିବାର ଶକ୍ତି ଅଛି । ତେଣୁ ଅବତରଣ ଅତ୍ୟନ୍ତ ବିପଜ୍ଜନକ ଥିଲା। ତେଣୁ ବିମାନରେ ଇନ୍ଧନର ଉପସ୍ଥିତିକୁ ଦୃଷ୍ଟିରେ ରଖି ବାୟୁରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏୟାରବସ୍ A320 ଏବଂ ବୋଇଙ୍ଗ B737 ପରି ବଡ ବିମାନ ଘଣ୍ଟା ପ୍ରତି ୪୦ କିଲୋମିଟର ପର୍ଯ୍ୟନ୍ତ କ୍ରସ ୱିଣ୍ଡକୁ ସହ୍ୟ କରିପାରିବ। କିନ୍ତୁ ଶୁକ୍ରବାର ଦିନ କ୍ରସୱିଣ୍ଡ ଘଣ୍ଟା ପ୍ରତି ୯୪ କିଲୋମିଟର ଥିଲା। ଏକ ବିମାନର କ୍ଯାପଟେନଙ୍କ କହିବା ଅନୁଯାୟୀ ଶୁକ୍ରବାର ଦିନ ୧୬୦୦ ଫୁଟ ଉଚ୍ଚରେ ୯୩ କିଲୋମିଟର ବେଗରେ ଏବଂ ୯୦୦ ଫୁଟ ଉଚ୍ଚରେ ୮୩ କିଲୋମିଟର ବେଗରେ ପବନ ବହୁଥିଲା। ଏଭଳି ପରିସ୍ଥିତିରେ ବିମାନ ଅବତରଣ କରିବା ବହୁତ କଷ୍ଟସାଧ୍ୟ ଥିଲା।

 

 

 

Leave A Reply

Your email address will not be published.