ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରମ୍ଭ ହେଲା ପିତୃପକ୍ଷ: ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ରବିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍ ମହାଳୟା ପର୍ଯ୍ୟନ୍ତ ଚାଲିବ। ପିତୃପକ୍ଷରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ । ଏଥିଲାଗି ଶ୍ରୀକ୍ଷେତ୍ରରେ ଅନେକ ଶ୍ରଦ୍ଧାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ତିଳତର୍ପଣ ଏବଂ ପିଣ୍ଡଦାନ କରିଛନ୍ତି । ପିତୃପକ୍ଷର ପ୍ରଥମ ଦିନରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ସେମାନେ ସ୍ନାନ କରି ତିଳତର୍ପଣ କରିଛନ୍ତି । ଧାର୍ମିକ ଗ୍ରନ୍ଥ ଅନୁସାରେ ପାରିବାରିକ କଲ୍ୟାଣ ଏବଂ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ପିତୃପକ୍ଷରେ ଶ୍ରାଦ୍ଧ କର୍ମ କରିବା ଉଚିତ । ବିଧି ପୂର୍ବକ ଶ୍ରାଦ୍ଧ କଲେ ପିତୃପୁରୁଷ ଆଶୀର୍ବାଦ କରିଥାନ୍ତି । ବିଶ୍ୱାସ ରହିଛି ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ଆମ୍ଭମାନଙ୍କ ପାଖକୁ ଆସନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

Leave A Reply

Your email address will not be published.