ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକା ନେବାକୁ ଆସି ଧରାପଡ଼ିଲା ଦୁଷ୍କର୍ମକାରୀ

ପାଟଣାଗଡ : କରୋନା ଟିକା ନେବାକୁ ଆସି ଟିକା କେନ୍ଦ୍ରରୁ ଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଉଇଖା ଗ୍ରାମର ଅରୁଣ ପୋଡ଼ ପାଟଣାଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୨୦୧୯ ମାର୍ଚ୍ଚ ୨୦ ତାରିଖ ଦିନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭୁଯୁକ୍ତ ଗିରଫଦାରୀକୁ ଏଡାଇବା ପାଇଁ ସେହି ଦିନଠାରୁ ସେ ଫେରାର ଥିଲା। ଆଜି ସକାଳେ ଉଇଁବା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ନେବାକୁ ଆସି ଅପେକ୍ଷା କରିଥିବା ଖବର ପାଇ ପୁଲିସ ଉଠାଇନେଇଥିଲା। ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିଲା। ଯାମିନ ନାମଞ୍ଜର ହେବାରୁ ଜେଲକୁ ପଠାଇଦିଆଯାଇଛି।

Leave A Reply

Your email address will not be published.