ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଖାଳ ଦିବସରେ ଚିତ୍ରଶିଳ୍ପୀ ପ୍ରକାଶ ଓ ଦେବାଶିଷଙ୍କ ନିଆରା କଳାକୃତ

ବାଲି ଓ କଦଳୀ ପତ୍ରରେ ପ୍ରସ୍ତୁତ କଲେ ପଖାଳ କଂସା

ବାଲେଶ୍ଵର: ରବିବାର ଦିନ ପଖାଳ ଦିବସକୁ ଅଧିକ ସ୍ବତନ୍ତ୍ର କରିଛନ୍ତି ବାଲେଶ୍ୱରର ଯୁବ ଚିତ୍ରଶିଳ୍ପୀ ଦେବାଶିଷ ସାହୁ ଓ ପ୍ରକାଶ ମହାନ୍ତି। ପଖାଳ ଦିବସରେ ଉଭୟ ନିଆରା ଢଙ୍ଗରେ କଳାକୃତ କରି ପଖାଳ ଦିବସ ପାଳନ କରିଛନ୍ତି। ଦେବାଶିଷ ପଖାଳ କଂସାକୁ କଦଳୀ ପତ୍ରରେ ସାଜସଜ୍ଜା କରି ଏକ ଭିନ୍ନ ରୂପରେ ପରିର୍ଶିତ କରିଛନ୍ତି। ପଖାଳ କଂସାକୁ ସମ୍ପୂର୍ଣ୍ଣ ଭାବେ କଦଳୀ ପତ୍ରରେ ଘୋଡାଇ ଦହି ଛୁଙ୍କ ପଖାଳ ରଖିଥିବା ବେଳେ ବାକି ସବୁ ଖାଦ୍ୟକୁ କଦଳୀ ପତ୍ରରେ ବେଶ ଆକର୍ଷଣୀୟ ଭାବେ ସଜାଇଛନ୍ତି। ଏଥିସହିତ ଲୁଣରେ ପଖାଳ ଦିସବ ଲେଖି ଶୁଭେଚ୍ଛା ଜଣାଇଛନ୍ତି ଦେବାଶିଷ।

ସେହିପରି ପ୍ରକାଶ ନିଜ ଘର ସାମ୍ନାରେ କାଦରାବାଦ୍ ଅଞ୍ଚଳରେ ଗୋଟେ ଟ୍ରିପ୍ ବାଲିରେ ପଖାଳ କଂସା, ତାଟିଆ, ପିଢା ଓ ବାଲିରେ କଦଳୀ ପତ୍ର କରି ସେଥିରେ ଆଇ ଲଭ୍ ପଖାଳ ଲେଖି ପଖାଳ ଦିବସକୁ ପାଳନ କରିଛନ୍ତି। ତେବେ ତାଙ୍କ କହିବାନୁଯାୟୀ, ନିଜକୁ ଓଡ଼ିଆ କହୁଥିବା ଆଜିକାଲି ସହରରେ ରହୁଥିବା ଅଧିକାଂଶ ଲୋକ ପଖାଳ ଦିବସ ସମ୍ପର୍କରେ ଜାଣିନାହାନ୍ତି। ତେଣୁ ପ୍ରକାଶ ଏଭଳି ଏକ କଳାକୃତ କରିବା ଦ୍ବାରା ଆଜି ଆଖପାଖ ସାହି ତଥା କଲୋନୀ ଲୋକ ପଖାଳ ଦିବସ ସମ୍ପର୍କରେ ଅବଗତ ହୋଇପାରିଥିଲେ। ବାଲୁକା ଚିତ୍ର ତିଆରି ପାଇଁ ତାଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା। ସକାଳ ୯ ରୁ ଆରମ୍ଭ କରି ଅପରାହ୍ନ ୧୨ ଟାରେ ଶେଷ କରିଥିଲେ।

Leave A Reply

Your email address will not be published.