ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାଳରେ ଫସି ରହିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବୃଦ୍ଧା

ଫୁଲବାଣୀ:  ଖରସ୍ରୋତା ନାଳରେ ଫସି ରହିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବୃଦ୍ଧା । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଗାଡିଆପଡ଼ା ଗାଁ ନିକଟ ଖରସ୍ରୋତା ନାଳରେ ଫସି ଯାଇଥିଲା ସୁମିତ୍ରା ଯାନି (୬୦)ଙ୍କ ଛେଳି। ନାଳରୁ ବଞ୍ଚାଇବାକୁ ପ୍ରଖର ସ୍ରୋତ ପାଣିରେ ପଶି ଥିଲେ ବୃଦ୍ଧା ସୁମିତ୍ରା। କିନ୍ତୁ ଖରସ୍ରୋତା ସହିତ ଗଭୀର ସ୍ଥାନ ହୋଇଥିବାରୁ ଭାସି ଯାଇଥିଲେ। ଗାଁ ଲୋକେ ଜାଣି ଦମକଳ ବାହିନୀକୁ ଖବର ଦେଇଥିଲେ। ଖଜୁରୀପଡ଼ାରୁ ହାବିଲଦାର/ଲିଡିଂ ଫାୟାର ମ୍ୟାନ ସର୍ବେଶ୍ଵର ପାତ୍ରଙ୍କ ନେତୃତ୍ବରେ ଏକ କିଲୋମିଟର ଯାଏଁ ଭାସିଯାଇଥିବା ସୁମିତ୍ରାଙ୍କୁ ଉଦ୍ଧାର କରାଯାଇ ଖଜୁରୀପଡ଼ା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସୁମିତ୍ରାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.