ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଟ ଦେବାକୁ ଆସି ବୁଥରେ ଟଳି ପଡ଼ିଲେ ବୃଦ୍ଧା

ନୀଳଗିରି: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ଯାୟ ମତଦାନ । ଏହି ମତଦାନ ସମୟରେ ଏକ ଦୁଃଖଦ ଖବର ଆସିଛି। ଏଭଳି ଦୁଃଖଦ ଖଟଣା ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ବରହମପୁର ଗାଁରୁ ଆସିଛି। ଭୋଟ ଦେବାକୁ ଆସି ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଛି। ମୃତ ବୃଦ୍ଧାଜଣଙ୍କ ସେହି ଗ୍ରାମର ସତ୍ୟଭାମା ବାରିକ ( ୭୦) । ସେ ଆଜି ସକାଳେ ୭ ନଂ ବୁଥରେ ଭୋଟ ଦେବା ଲାଇନ ଛିଡ଼ା ହୋଇଥିବା ସମୟରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.