ରାଜ୍ଯରେ ଟେଷ୍ଟିିଂ ହାର ବଢିଥିବା ବେଳେ କମିଛି କରୋନା ଆକ୍ରାନ୍ତକ ସଂଖ୍ୟା – ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଗତ ୩ ମାସରେ କୋଭିଡ କେସ କମି କମି ଆସିଛି। ଓଡିଶାରେ ୫ରୁ ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏବେ ସୁଦ୍ଧା କୋଭିଡ କେସ ସମାନ ସ୍ଥିତିରେ ରହିଛି। ଜାତୀୟ ସ୍ତରରୁ ଅଧିକ କୋଭିଡ ଟେଷ୍ଟ ହେଉଛି ଓଡ଼ିଶାରେ। ଓଡ଼ିଶାରେ ପଜିଟିଭ ହାର .୦୪ % , ଜାତୀୟ ସ୍ତରରେ .୦୩ ପ୍ରତିଶତ ରହିଛି। ସେଥିପାଇଁ ଓଡ଼ିଶାରେ କୋଭିଡ କଟକଣା ହାଇଟାଇ ଦିଆଯାଇଛି। ହସପିଟାଲରେ କୋଭିଡ ପାଇଁ ସମସ୍ତ ସରଞ୍ଜାମ ମହଜୁଦ ରହିଛି। କୋଭିଡ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀ ବି ସଜାଗ ଅଛନ୍ତି। ଚୀନ ଭ୍ଯାରିଆଣ୍ଟ କୁହା ଯାଉଥିବା BF.7  ଗତ ୩ରୁ ୪ ମାସ ଧରି ଅଛି। BF.7 ଭ୍ୟାରିଆଣ୍ଟ ପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ  ବୋଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଗହଳି ସ୍ଥାନକୁ ଯାଉଛନ୍ତି ତାହାଲେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ । ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକା ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।

Leave a comment