ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଶ୍ମୀର ପ୍ରସଙ୍ଗର ସମାଧାନ ଏଡ଼ାଇବ ପରମାଣୁବୋମା

ଇସଲାମାବାଦ : ଭାରତକୁ ବାରମ୍ବାର ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ଦାବି କରିଛନ୍ତି । କାଶ୍ମୀର ପ୍ରସଙ୍ଗ ସମାଧାନ ହୋଇଗଲେ ପାକିସ୍ତାନକୁ ପରମାଣୁ ବୋମାର ଆବଶ୍ୟକତା ପଡିବନି ବୋଲି ସେ କହିଛନ୍ତି। ଇସଲାମାବାଦ କ୍ରମାଗତ ଭାବେ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଚାଲିଛି । ଏ ନେଇ ଇମ୍ରାନ କହିଛନ୍ତି ଯେ ଏହା କେବଳ ଦେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି ନେଇ ତାଙ୍କ ପାଖରେ କୌଣସି ସଠିକ ସୂଚନା ନଥିବା ଇମ୍ରାନ ଦାବି କରିଛନ୍ତି।

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ମତରେ ଅସ୍ତ୍ରଶସ୍ତ୍ର ବୃଦ୍ଧି ଆପତ୍ତିଜନକ ପ୍ରସଙ୍ଗ ନୁହେଁ। ଯାହାର ପଡୋଶୀ ୭ ଗୁଣ ବଡ ସେ ନିଶ୍ଚିତ ଚିନ୍ତିତ ରହିବ । ସେ ପରମାଣୁ ଅସ୍ତ୍ରଶସ୍ତ୍ରର ବିରୋଧୀ । ଭାରତ ସହ ଆମର ୩ ଥର ଯୁଦ୍ଧ ହୋଇ ସାରିଲାଣି। ଦେଶ ପରମାଣୁ ଅସ୍ତ୍ରଶସ୍ତ୍ର ବନାଇବା ଦିନ ଠାରୁ ଏ ପର୍ଯ୍ୟନ୍ତ ଭାରତ ସହ କୌଣସି ଯୁଦ୍ଧ ହୋଇନାହିଁ। କିନ୍ତୁ ସୀମାରେ ସଂଘର୍ଷ ହୋଇଛି। କାଶ୍ମୀର ସମସ୍ୟା ସମାଧାନ ହୋଇଯିବା ପରେ ୨ ପଡୋଶୀ ରାଷ୍ଟ୍ର ଏକ ସଭ୍ୟ ନାଗରିକ ଭଳି ରହିବେ। ଆମକୁ ପରମାଣୁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ପଡିବନି ।

ତେବେ ଇସଲାମଫୋବିଆକୁ ନେଇ ବାରମ୍ବାର ଅନ୍ୟକୁ ଜ୍ଞାନ ଦେଉଥିବା ଇମ୍ରାନ ଉଇଘର ମୁସଲମାନଙ୍କ ପ୍ରସଙ୍ଗରେ ଚୁପ ରହିଥିଲେ । ଏଥିଯୋଗୁଁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ସେ କହିଥିଲେ ଯେ ପେଇଟିଂ ସହ ନିବୁଜ କଠୋରୀରେ ଆଲୋଚନା ଜାରି ରହିଛି । ଏହା ସହିତ ଭୂଗୋଳ ଜ୍ଞାନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଇମ୍ରାନଙ୍କୁ ବେଜିତ ହେବାକୁ ପଡିଛି । ଏଥିରେ ତାଙ୍କୁ ପଚରା ଯାଇଥିଲା, ଚୀନ ଆପଣଙ୍କୁ କଣ ପଇସା ଦେଉଛି କି? ଏଥିପାଇଁ ଆପଣ ଚୁପ ରହିଛନ୍ତି କି?

ଏହା ଉପରେ ଇମ୍ରାନ ଆଖପାଖକୁ ଚାହିଁବାକୁ ଲାଗିଥିଲେ ଏବଂ କହିଥିଲେ ଯେ ଦେଶର ସୀମାରେ ଯିଏ ଅଛନ୍ତି ତାଙ୍କ ପାଇଁ ଅଧିକ ଚିନ୍ତିତ ରହିଛି। ଚୀନର ଶିଳଜିୟାଙ୍ଗ ପ୍ରଦେଶ ପାକିସ୍ତାନ ସୀମାରେ ଥିବାରୁ ଇମ୍ରାନ ବେଇଜ୍ଜତି ହୋଇଥିଲେ । ପରେ ସୃଷ୍ଟୀକରଣ ଦେଇ କାଶ୍ମୀର ପ୍ରସଙ୍ଗ । କହୁଛନ୍ତି ବୋଲି ରମାନ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.