ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେଭେନ୍ସା ଛାତ୍ରଛାତ୍ରୀ ଆନ୍ଦୋଳନ କଟକଣା ବିଜ୍ଞପ୍ତି ପ୍ରସଙ୍ଗ: ବିଜ୍ଞପ୍ତିକୁ ରଦ୍ଦ କଲେ ରେଜିଷ୍ଟ୍ରାର

କଟକ: ରେଭେନ୍ସା ଛାତ୍ରଛାତ୍ରୀ ଆନ୍ଦୋଳନ କଟକଣା ବିଜ୍ଞପ୍ତି ପ୍ରସଙ୍ଗ । ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର । ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିବାକୁ ନୋଟିସ ଜାରି ହୋଇଛି।

ପୂର୍ବ ବିଜ୍ଞପ୍ତି ଅନୁଯାଯୀ, ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଗେଟ ସାମ୍ନା , ରାସ୍ତାରେ ଧାରଣା ଦେଲେ ବିଶ୍ଵବିଦ୍ୟାଳୟରୁ ବାସନ୍ଦ, ଅର୍ଥଦଣ୍ଡ ଓ ବହିଷ୍କାର ନିଲମ୍ବନ ହେବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା। ଯାହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଏଥିସହ କ୍ୟାମ୍ପସ ମଧ୍ୟରେ ନିଶା ଦ୍ରବ୍ୟର ସେବନ ଉପରେ କଟକଣା ଲାଗିଥିଲା। ଏହାବ୍ୟତୀତ ହଷ୍ଟେଲ ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡ଼ିଓ ରେକର୍ଡ କରି ପାରିବେନି ଛାତ୍ରଛାତ୍ରୀ।  କ୍ୟାମ୍ପସ ମଧ୍ୟରେ ଯଦି କାହାକୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସେ ତେବେ ସେମାନଙ୍କ ବିରୋଧ ରେ ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା।  ବିଜ୍ଞପ୍ତିରେ ଜାରି ହୋଇଥିବା ୨୬ ଟି ନୀୟମବଳୀ ବିରୋଧରେ ଯଦି କୌଣସି ଛାତ୍ରଛାତ୍ରୀ ଯାଆନ୍ତି ତେବେ ସେମାନେ ଏହି ତମାମ ନିୟମର ସାମ୍ନା କରିବେ ବୋଲି ପୂର୍ବ ଚିଠିରେ ଉଲ୍ଲେଖ ରହିଥିଲା। ତେବେ ଏହି ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର।

Leave A Reply

Your email address will not be published.