ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର: ବିଞ୍ଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗାଁରେ ଘଟିଛି ଅଘଟଣ । ବେକରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ଦୀପକ କୁମାର ନାଥ, ଯାଜପୁର ଟାଉନ ଥାନା ଖଣ୍ଡରା ଗାଁର ଅନିଶା ନାଥଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ କରିଥିଲେ । ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା । ଅନ୍ୟ ପଟେ ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣଦ ନିର୍ଯ୍ୟାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି। ଗତ ୧୧ ତାରିଖରେ ଦିପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କହିଛନ୍ତି ଉଭୟ ପରିବାର । ବିଞ୍ଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.