ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝିଅ ପାଇଁ ମାସେ ହେଲା ଥାନାକୁ ଦୌଡ଼ୁଛନ୍ତି ମା

ଭୁବନେଶ୍ୱର : ମାସେ ହେବ କ୍ୟାପିଟାଲ ଥାନା କେଦାରପଲ୍ଲୀ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି। କିନ୍ତୁ ପୁଲିସ କେବଳ ମାମଲା ରୁଜୁକରି ବସି ପଡ଼ିଛି। ଝିଅ ପାଇଁ ଥାନାକୁ ମାସେ ହେବ ଦୌଡୁଛନ୍ତି ନାବାଳିକାର ମା’ ନିଖୋଜ ନାବାଳିକା ଝିଅକୁ ଖୋଜି ଆଣିବା ପାଇଁ ମା’ କବିତା ନାୟକ ସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ସିପି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାକ ନେଇଯାଇଥିବା ଏକ ଜଣକ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ଅଭିଯୋଗ ହୋଇଛି । ତାକୁ ଝିଅ ସମ୍ପର୍କରେ ପଚାରିଲେ ସେ ଜାଣି ନ ଥିବା କହିଛି । ଅପରପପକ୍ଷରେ ନାବାଳିକାର ମା’ କବିତାଙ୍କୁ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.