ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୧୯ ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ଯନ୍ତ ଲୋକସଭାରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୧୯ଟି କାର୍ଯ୍ଯ ଦିବସ ରହିବ। ମୌସୁମୀ ଅଧିବେଶନର ସମୟ ପ୍ରତ୍ଯେକ ଦିନ ସକାଳ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ଯା ୬ଟାରେ ଶେଷ ହେବ । ଏନେଇ ଲୋକସଭା ବାଚଷ୍ପତ୍ତି ଓମ୍ ବିର୍ଲା ସୂଚନା ଦେଇଛନ୍ତି ।  ସାମ୍ବାଦିକ ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି ଯେ,  କରୋନା ମହାମାରୀ ସମୟରେ ସଂସଦରେ ମୋଟ ୩ ଟି ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ବହୁ ସଂଖ୍ୟାରେ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।

କୋଭିଡ-୧୯ କଟକଣା ଭିତରେ ଅଧିବେଶନ କରାଯିବ। ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇଥିବେ ସେମାନଙ୍କୁ ସଂସଦ ଭବନ ଭିତରେ ପଶିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ଦେବାକୁ ପଡିବ ନାହିଁ ।

Leave A Reply

Your email address will not be published.