ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାତ୍ଯା ଗୁଲାବ ପ୍ରଭାବ: ମାଲକାନଗିରିରେ ଲଗାଣ ବର୍ଷା ଜାରି, ଗଛ ପଡି ଭାଙ୍ଗିଲା ଘର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବ ପ୍ରଭାବରେ ଲଗାଣ ବର୍ଷା ଜାରି ରହିବା ସହ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଘର ମଧ୍ୟ ଭାଙ୍ଗିଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାର ବାଲିମେଳା ଓ ମାଲକାନଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହେଇଥିବା ବେଳେ ସଦର ମହକୁମାର ଟେକବାଡ଼ି କଲୋନୀରେ ଗଛ ପଡି ଗୋଟିଏ ଘର ଭାଙ୍ଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମଶଃ ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.