ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଗାଣ ବର୍ଷା ପରେ ବଢୁଛି ଦୁର୍ଦଶା: ଜଳ ନିଷ୍କାସନ ଓ ପରିମଳ ବ୍ୟବସ୍ଥା ପାଇଁ ଅଣ୍ଟା ଭିଡଲେ ଯୁବକ

ରାସ୍ତା ଘାଟର ତୁରନ୍ତ ମରାମତି ପାଇଁ ବିଭାଗ ତତ୍ପର, ସପ୍ତାହ ମଧ୍ଯରେ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ବିଞ୍ଝାରପୁର: ତିନିଦିନ ଧରି ଅବିଶ୍ରନ୍ତ ବର୍ଷାରେ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଅନେକ ଗାଁ ଗଣ୍ଡାରେ ଏବେ ମଧ୍ୟ ବର୍ଷା ଜଳ ନିଷ୍କାସିତ ହୋଇପାରିନାହିଁ। ଲୋକେ ନାହିଁ ନଥିବା ଅବସ୍ଥାରେ ଦିନ କାଟୁଛନ୍ତି। ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏବେ କେତେକ ଅଞ୍ଚଳରେ ଯୁବକ ମାନେ ଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ମବ୍ଲକୟ ସଂଖ୍ୟାଲଘୁ ଓ ଦଳିତ ବହୁଳ ପଞ୍ଚାୟତ ସୟଦପୁର ଠାରେ ଅନେକ ରାସ୍ତାରେ ଜମି ରହିଥିବା ବର୍ଷାଜଳକୁ ନିଷ୍କାସନ କରିବାକୁ ସ୍ଥାନୀୟ ଯୁବକ ମୋଜାହିଦ୍‍ ଅଲ୍ଲୀ ଖାଁଙ୍କ ନେତୃତ୍ୱରେ ବହୁ ଯୁବକ ଗାଁର ନାଳ ନର୍ଦ୍ଦମା ସଫା କରି ବର୍ଷାଜଳ ନିଷ୍କାସିତ କରାଇଛନ୍ତି। ଫଳରେ ଗ୍ରାମ୍ୟ ରାସ୍ତାରେ ଜାତାୟତ ସହଜ ହୋଇପାରିଛି। ଆଖୁନ ମହଲା, କାଜି ମହଲା,ଆଖୁନ ସାହି,ହୋସିନି ମହଲା, ସରଦାରୀ ମହଲା, ଖାନ୍‍ ମହଲା, ପିର ମହଲା, ଫାଜିଲ୍ଲା ମହଲା, ମେହେବୁବ ମହଲା, ଗୁଡିଆ ସାହି ଆଦି ବିଭିନ୍ନ ସ୍ଥାନରେ ମୋଜାହିଦ୍‍ଙ୍କ ନେତୃତ୍ୱରେ ଯୁବକ ମାନେ ସଫେଇ କରି ଜଳ ନିଷ୍କାସନ କରିବା ସହିତ ଦୀର୍ଘ ତିନି ଦିନ ହେବ ବସ୍ତି ଓ ଗ୍ରାମରେ ଯେପରି ବର୍ଷା ଜଳ ଜମି ରହିବା ଦ୍ୱାରା କୌଣସି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଠି ନ ହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି। ଏହି ଯୁବକ ମାନେ ପ୍ରତିଦିନ ଗ୍ରାମ୍ୟ ପରିବେଶକୁ ସଫାସୁତୁରା ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସେହିପରି ବିଞ୍ଝାରପୁର ପଞ୍ଚାୟତର ଯୁବ ସମବାୟବିତ୍‍ ତଥା ସରପଞ୍ଚ ପ୍ରତିନିଧି ଅଶୋକ ସାହୁ ଓ ଟିଣା ପଞ୍ଚାୟତର ଯୁବ ସମାଜସେବୀ କୈାଳାସ ସେଠୀ ମଧ୍ୟ ନିଜ ନିଜ ପଞ୍ଚାୟତରେ ବର୍ଷା ଜଳ ନିଷ୍କାସିତ କରାଇବା ସହିତ ଚାଷ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିଛନ୍ତି। ଅନ୍ୟ ପକ୍ଷରେ ଲଗାଣ ବର୍ଷାରେ ସ୍ଥାନୀୟ ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଜଳସ୍ତର ଯଦିଓ ବିପଦ ସଂଙ୍କୁଳ ତଳେ ରହିଥିଲା ତଥାବି ପ୍ରବଳ ବର୍ଷା ଯୋଗୁଁ ଧୋୟାଞ୍ଚଳର ଜଳସମ୍ପଦ ବିଭାଗ ରାସ୍ତା ଓ ବନ୍ଧ ଗୁଡିକ ଧସିଯାଇଥିବା ନ ଦେଖିବାକୁ ମିଳିଛି। ତେବେ କ୍ଷୟ କ୍ଷତି ହୋଇଥିବା ବନ୍ଧ ଓ ରାସ୍ତାର ତୁରନ୍ତ ମରାମତି କରିବାକୁ ଜଳସମ୍ପଦ ବିଭାଗର ଏସଡିଓ ସଞ୍ଜିବ ସାମଲଙ୍କ ତତ୍ୱାବଧାନରେ ବିଭାଗର ବେଶ ତତ୍ପରତା ସହିତ କାର୍ଯ୍ୟ କରୁଛି। ଖାଲଖମା ସ୍ଥାନରେ ବାଲିବସ୍ତା ପକାଯିବା ସହିତ ରାସ୍ତଗାର ମରାମତି ମଧ୍ୟ କରାଯାଉଛି। ଅନ୍ୟ ପକ୍ଷରେ ସରକରାଙ୍କ ମାଳ ମାଳ ଯୋଜନା ପରେ ମଧ୍ୟ ବିଞ୍ଝାରପୁୁରେ ବହୁ ଗରିବ ଶ୍ରେଣୀର ଲୋକ ଏବେ ମଧ୍ୟ କଚ୍ଚା ଘରେ ବିପଦ ସଙ୍କୁଳ ଅବସ୍ତାରେ ରହୁଛନ୍ତି ତାହା ଚଳିତ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତିରୁ ସ୍ପଷ୍ଟ ହେଉଛି। ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପରିବାର ଚଳିତ ଲଗାଣ ବର୍ଷାରେ ବ୍ୟାପକ ଭାବେ କ୍ଷୟକ୍ଷତିର ସମ୍ମୁଖିନ ହୋଇଛନ୍ତି। ସେମାନଙ୍କ କଚ୍ଚା ଘର ଭାଙ୍ଗିଥିବା ନେଇ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ତହସିଲ ପକ୍ଷରୁ ଆରଆଇ ମାନଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ବିପନ୍ନ ମାନଙ୍କୁ ପାଲ ଯୋଗାଇ ଦିଆଯାଇଥିବା ତହସିଲଦାର ଆର୍ଯ୍ୟଦୀପ୍ତ ଆରଣ୍ୟକ ସାମନ୍ତ ରାୟ ପ୍ରକାଶ କରିବା ସହିତ ଆସନ୍ତା ସପ୍ତାହ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିବା ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.