ନାବାଳିକାଙ୍କୁ ୧୦ ମାସ ଧରି ଦୁଷ୍କର୍ମ ଅଭିଯୋଗ

ବାଲିପାଟଣା : ବାଲିପାଟଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜୋର୍ ଜବରଦସ୍ତ ଉଠାଇ ନେଇ ଦୀର୍ଘ ୧୦ ମାସ ହେବ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ବାଲିପାଟଣା ଥାନା ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର ବ୍ରଜ କିଶୋର ମାଳି ( ୨୬)। ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅଞ୍ଚଳର ଏକ ୧୬ ବର୍ଷୀୟ ନାବାଳିକାଙ୍କୁ ବ୍ରଜ ଗତ ବର୍ଷ ମାର୍ଚ୍ଚ ମାସରୁ ଉଠାଇ ନେଇ ତାଙ୍କ ଘରେ ରଖି ଜୀବନରୁ ମାରିଦେବାର ଧମକ ଦେବା ସହ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ।

ଏମିତିକି ନାବାଳିକାଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଏଥିରେ ବ୍ରଜକୁ ସହଯୋଗ କରୁଥିବାର ଉକ୍ତ ନାବାଳିକା ଲିଖିତ ଅଭିଯୋଗ କରିଛନ୍ତି। ମଉକା ପାଇ ପଡୋଶୀଙ୍କ ଘରୁ ନାବାଳିକା ଜଣଙ୍କ ନିଜ ବାପାଙ୍କୁ ଫୋନ୍‌ ଦ୍ବାରା ଜଣାଇବାରୁ ତାଙ୍କ ବାପା ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ବାଲିପାଟଣା ଥାନା ପୁଲିସ୍ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ବ୍ରଜକୁ ଗିରଫ୍ କରିଛି। ଆସନ୍ତା କାଲି ବ୍ରଜର ଡ଼ାକ୍ତରୀ ମଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଏହାର ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ରାକେଶ କୁମାର ସାମଲ ସୂଚନା ଦେଇଛନ୍ତି।

Leave a comment