ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନସଭା ସମ୍ମିଳନୀ କକ୍ଷରେ ଦ୍ରୌପଦୀ ମୁର୍ମୁଙ୍କ ସହ ଚାଲିଛି ଭେଟଘାଟ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ। ବିଧାନସଭାର ସମ୍ମିଳନୀ କକ୍ଷକୁ ଦ୍ରୌପୀ ମୁର୍ମୁଙ୍କୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ।

ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି।  ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ। ପ୍ରାୟ ୩୦ ମିନିଟ ଧରି  ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋବାର ସମ୍ଭାବନା ରହିଛି ।

ଏହା ପରେ ରାଜ୍ୟ ଅତିଥି ଭବନ ଯିବେ ଓ ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.