ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଓଗଡ଼ରେ ପଶିଲା ମହାମାରୀ କରୋନା , ୫୦ରୁ ଅଧିକ ମାଓବାଦୀ କରୋନା ସଂକ୍ରମିତ

ମାଓଗଡ଼ରେ ପଶିଲା ମହାମାରୀ କରୋନା । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୨୫ ଲକ୍ଷ ଟଙ୍କା ପୁରସ୍କାର ରଖା ଯାଇଥିବା ମାଓନେତ୍ରୀ ସୁଜାତା ବି କରୋନାରେ ଆକ୍ରାନ୍ତ ହୋଇଛି । ଏନେଇ ଦାନ୍ତେୱାଡ଼ା ଏସପି ଅଭିଷେଖ ପଲଭ ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କଲେ ମାଓବାଦୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡ଼ା ଏସପି । ମାଓବାଦୀଙ୍କ ଯୋଗୁଁ ଗାଁ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କରୋନା ସହ ମାଓବାଦୀ ଫୁ଼ଡ୍ ପଏଜନିଂର ଶିକାର ହୋଇଥିବା ସୂଚନା ଦେଇଛନ୍ତ ଏସପି । ମାଓବାଦୀ ମାନେ ନିଜର ଜୀବନ ରକ୍ଷା ସହ ଗ୍ରାମବାସୀଙ୍କୁ ବିପଦ ମୁହଁରୁ ରକ୍ଷା କରିବା ଲାଗି ଆତ୍ମସମର୍ପଣ କରିବାକୁ ଏସପି ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.