ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହିତ ମହିଳାଙ୍କ ସହ ଫେସବୁକରେ କରୁଥିଲେ ପ୍ରେମ, ଧାରଣାରେ ବସିଲେ ମହିଳା

ସିମୁଳିଆ : ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା ପ୍ରେମିକା। ପରେ ସିମୁଳିଆ ପୋଲିସ ମହିଳାଙ୍କୁ ଉଦ୍ଧାର କରି ସୁଧାର ଗୃହରେ ଛାଡିବା ଓ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ବିବରଣୀରୁ ପ୍ରକାଶ କେଉଁଝର ଜିଲ୍ଲାର ହାଟଡିହି ଅଞ୍ଚଳର ମାନିନୀ ପାଢୀ ବାଙ୍ଗାଲୋର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଫେସବୁକରୁ ସିମୁଳିଆ ଥାନା ଅନ୍ତର୍ଗତ ଅବଝୁଣା ପଞ୍ଚାୟତର ଅବଜୁଣା ଗ୍ରାମର ଗୋବିନ୍ଦ ଦାସଙ୍କ ପୁଅ ଗୌତମ ତାଙ୍କ ସହ ସଂପର୍କରେ ଆସିଥିଲେ। ପରେ ଏ ସଂପର୍କ ସ୍ୱାମୀ ଓ ସ୍ତ୍ରୀର ପରିଚୟ ଦେଇ ଦୁଇ ବର୍ଷରୁ ଉଦ୍ଧ୍ୱର୍ ରହିବା ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଚେନାଇ ଯିବା କଥା କହି ଗୌତମ ନିଜ ଘର ଅବଝୁଣା ଚାଲି ଆସିଥିଲା। ମାନିନୀ ପୂର୍ବରୁ ବିବାହିତ ଥାଇ ଗୋଟିଏ ପୁଅ ଓ ଝିଅ ଅଛି।

ସ୍ୱାମୀ ସ୍ତ୍ରୀ କଳି ଲାଗି ଅଲଗା ହୋଇ ରହୁଥିଲେ। ପରେ ଗୌତମକୁ ଜୀବନ ସାଥି ପାଇବା ପରେ ଗୌତମକୁ ପୁରା ଭରସା କରି ତାକୁ ୧ଲକ୍ଷ୮୦ହଜାର ଟଙ୍କା ଦେଇଥିଲେ। ଗୌତମ ନିଜ ଘର ଅବଝୁଣା ଚାଲି ଆସିବା ଜାଣି ମାନିନୀ ମଧ୍ୟ ତାକୁ ପିଛା କରି ସିମୁଳିଆ ଥାନାରେ ଅଭିଯୋଗ କରିବା ସହ ବୋହୂର ସ୍ୱିକୃତି ଦେବା ନିମନ୍ତେ ଶନିବାର ଦିନ ଗୌତମଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ। ସିମୁଳିଆ ପୋଲିସ ମାନିନୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ସୁଧାର ଗୃହକୁ ଛାଡିବା ସହ ପ୍ରେମିକ ଗୌତମକୁ ଅଟକ ରଖି ତଦନ୍ତ କରିଥିଲେ। ଦୁହିଁଙ୍କ ମଧ୍ୟରେ ତିନି ଦିନ ଧରି ଭଦ୍ରଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସିମୁଳିଆ ପୋଲିସ ଗୌତମକୁ କୋର୍ଟ ଚାଲାଣ କରିଥିବାର ଜଣାଯାଇଛି।

Leave A Reply

Your email address will not be published.