ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାନୁଆରୀ-ମାର୍ଚ୍ଚ ସୁଦ୍ଧା ଏଲ୍‌ଆଇସି ଆଣିବ ଦେଶର ସର୍ବବୃହତ ଆଇପିଓ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରୀ-ମାର୍ଚ୍ଚ ସୁଦ୍ଧା ଆସିପାରେ ଦେଶର ଇତିହାସର ସର୍ବବୃହତ୍ ପ୍ରାରମ୍ଭିକ ପବ୍ଲିକ୍ ଅଫର (ଆଇପିଓ) । ଏହି ଆଇପିଓ ଆଣିବ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଭାରତୀୟବୀମା ନିଗମ( ଏଇଆଇସି) । ପେଟିଏମ୍ ପରେ ଏହା ହେବ ଭାରତର ସବୁଠାରୁ ବଡ ଆଇପିଓ । ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍‌ ମ୍ୟାନେଜମେଣ୍ଟ ବିଭାଗ (ଡିପିଏମ୍) ସଚିବ ତୁହିନ୍ କାଣ୍ଡ ପାଣ୍ଡେ ବୁଧବାର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଏଲ୍‌ଆଇସିରେ ୧୦ ପ୍ରତିଶତ ଅଂଶଧନ ବିକ୍ରି କରି ୪୦,୦୦୦ କୋଟିରୁ ୧ ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଛନ୍ତି। ବୁମବର୍ଗର ରିପୋର୍ଟ ଅନୁଯାୟୀ, ୫ ପ୍ରତିଶତ ଅଂଶଧନ ବିକ୍ରୟ ପରେ ଏଲ୍‌ଆଇସିର ଆଇପିଓ ଭାରତର ସର୍ବବୃହତ ଆଇପିଓ ହେବ। ଏଥିସହ ୧୦ ପ୍ରତିଶତ ଅଂଶଧନ ବିକ୍ରୟ କରି ଏଲ୍‌ଆଇସି ବିଶ୍ଵର ଦ୍ଵିତୀୟ ବୃହତ୍ତମ ବୀମା କମ୍ପାନୀରେ ପରିଣତ ହେବ।

ଏଲ୍‌ଆଇସିର ଆଇପିଓ ପାଇଁ ବ୍ୟାଙ୍କଗୁଡିକ ଆସନ୍ତା ସପ୍ତାହରୁ ସମ୍ଭାବ୍ୟ ଆଙ୍କର୍ ନିବେଶକଙ୍କୁ ଭେଟିବା ଆରମ୍ଭ କରିବେ । ବ୍ୟାଙ୍କ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଦେଶର ସବୁଠାରୁ ବଡ ଅଂଶଧନ ବିକ୍ରି ଚାହିଦା ହ୍ରାସ ହେବ ନାହିଁ। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ବ୍ୟାଙ୍କଗୁଡିକ ବଜାର ନିୟାମକ ସହିତ ଆଇପିଓ ସମ୍ଭାବ୍ୟ ଚିଠା ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଆଇପିଓ ବିକ୍ରି ଲାଗି ସରକାର କୋଟାକ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ଗୋଲ୍ସମ୍ୟାନ୍ ମ୍ୟାଚ୍ ଗ୍ରୁପ୍ ଜେପି ମୋର୍ଗାନ୍ ଚେନ୍ଦ୍ର ଆଣ୍ଡ କମ୍ପାନୀ ଏବଂ ଆଇସିଆଇସିଆଇ ସିକ୍ୟୁରିଟି ଲିମିଟେଡ୍‌ ସମେତ ୧୦ ଟି ବ୍ୟାଙ୍କ ଚୟନ କରିଛନ୍ତି। ଆଇପିଓ ଅଣିବା ପାଇଁ ଏଲ୍‌ଆଇସି ଅଧିନିୟମ ୧୯୫୬ ରେ ବଡ଼ ପରିବର୍ତନ କରାଯାଇଛି। କେତେ ସେୟାର ବିକ୍ରି ହେବ ଏବଂ ସେଗୁଡିକର ମୂଲ୍ୟ କେତେକ ରହିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ

Leave A Reply

Your email address will not be published.