ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ମନମୋହନ ସିଂଙ୍କୁ ଟାର୍ଗେଟ କଲେ କଙ୍ଗନା, ଭିଡିଓ ସେୟାର କରି ଲେଖିଲେ ଏପରି କଥା…..

ନୂଆଦିଲ୍ଲୀ : ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଦର୍ଶକଙ୍କ ଭରପୁର ସମର୍ଥନ ସହ ବକ୍ସ ଅଫିସରେ ହିଟ୍ ହୋଇଛି ଦ କଶ୍ମୀର ଫାଇଲ୍ସ । ସିନେମା ଘରେ ଯିଏ ଏହି ଫିଲ୍ମ ଦେଖୁଛି ସେ ଭାବୁକ ହୋଇଛି। ୧୯୯୦ ଦଶନ୍ଧିରେ କଶ୍ମୀର ପଣ୍ଡିତ ଏବଂ ହିନ୍ଦୁମାନଙ୍କ ନରସଂହାର ଏବଂ ପଳାୟନ ଉପରେ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କ ଆଖିରେ ଲୁହ ଆଣୁଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ବଲିଉଡ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ବିନା ସେତେଟା ପ୍ରମୋସନରେ ବକ୍ସ ଅଫିସରେ ରାଜ କରିବାରେ ଲାଗିଛି ।ବଲିଉଡର ଛୋଟ ବଡ଼ କଳାକାରଙ୍କଠୁ ଆରମ୍ଭ କରି ଦେଶର ବଡ଼ ବଡ଼ ରାଜନେତା ପର୍ୟ୍ୟନ୍ତ ସମସ୍ତଙ୍କ ମୁହଁରେ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ପ୍ରଶଂସା ।ସବୁ ମହଲରୁ ଏବେ ନିର୍ଦ୍ଦେଶକ ଓ କଳାକାରଙ୍କ ପାଇଁ ଛୁଟୁଛି ପ୍ରଶଂସାର ସୁଅ।

୧୯୯୦ ଦଶନ୍ଧିରେ କଶ୍ମୀର ପଣ୍ଡିତ ଏବଂ ହିନ୍ଦୁମାନଙ୍କ ନରସଂହାର ଏବଂ ପଳାୟନ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପିଲ୍ମକୁ ନେଇ ଦେଉଥିବା ବିବୃତ୍ତି ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ର ପାଇଁ ସେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ପ୍ରଶଂସା କରୁଥିବାବେଳେ ସେ ଇଣ୍ଡଷ୍ଟ୍ରିରୁ ରାଜନେତା ଏବଂ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟାର୍ଗେଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି କ୍ରମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ତାଙ୍କ ଟାର୍ଗେଟରେ ରଖିଛନ୍ତି। କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମନମୋହନ ସିଂଙ୍କ ଏକ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି।

କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୟାସିନ ମଲିକଙ୍କୁ ଭେଟିଛନ୍ତି ଏବଂ ଏହି ବୈଠକରେ ୟାସିନଙ୍କ ହାତରୁ ଏକ ଉପହାର ନେଇଥିବାର ନଜର ଆସିଛନ୍ତି। ଏହି ଭିଡିଓ ସେୟାର କରି କଙ୍ଗନା ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କାଶ୍ମୀର ମୁସଲିମ ଆତଙ୍କବାଦୀ ୟାସିନ ମଲିକଙ୍କ ସହ ସାକ୍ଷାତ କରିଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ ୟାସିନ କାଶ୍ମୀରୀ ପଣ୍ଡିତ ଏବଂ ସେନା ଅଧିକାରୀଙ୍କୁ ହତ୍ୟା କରିଥିବା କଥା ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି।

ଏହାପୂର୍ବରୁ ମଧ୍ୟ କଙ୍ଗନା ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ପ୍ରଶଂସା କରିବା ସହ ବଲିଉଡକୁ ଇଙ୍ଗିତ କରି ଖୁବ୍ କଡ଼ା ଶବ୍ଦର ବ୍ୟବହାର କରିଛନ୍ତି। ସେ ବଲିଉଡର ଅନ୍ୟ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର ନିର୍ମାଣ ଶୈଳୀକୁ ନେଇ କଟାକ୍ଷ କରିଛନ୍ତି । କଙ୍ଗନା ଫିଲ୍ମକୁ ନେଇ ନିଜ ସୋସିଆଲ ମିଡିଆ  ହ୍ୟାଣ୍ଡେଲରେ ଏକ ଲମ୍ବା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ସଫଳତାକୁ ନେଇ ଏବେ ବଲିଉଡରେ ଦେଖାଦେଇଥିବା ନିରବତାକୁ ଟିକେ ନୋଟିସ କରନ୍ତୁ। ଏହି ଚଳଚ୍ଚିତ୍ରର ନା କେବଳ କାହାଣୀ ବରଂ ବକ୍ସ ଅଫିସରେ ଏହାର ରୋଜଗାର ମଧ୍ୟ ଖୁବ ଭଲ ହୋଇଛି ।

ଫିଲ୍ମରେ ନିବେଶ କରାଯାଇଥିବା ଟଙ୍କା ଓ ଏଥିରୁ ମିଳିଥିବା ଲାଭକୁ ଯଦି ଦେଖାଯାଏ ତେବେ ପୁରା ବର୍ଷକର ଏହା ହେଉଛି ଏକ ସଫଳ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ବଲିଉଡର ଅନେକ ବଡ଼ ବଜେଟର ସିନେମାର ରେକର୍ଡକୁ ବ୍ରେକ୍ କରିଛି । ମଲ୍ଟିପ୍ଲେକ୍ସ ସିନେମା ହଲରେ ସକାଳ ୬ଟାର ସୋ ଖଚାଖଚ ଦର୍ଶକରେ ଭରିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରକୃତରେ ଅବିଶ୍ୱସନୀୟ। ସେ ଲେଖିଛନ୍ତି ଯେ କେରୋନା ମହାମାରୀ  ପରେ ଏହା ଏକ ମନଗଢ଼ା କାହାଣୀ ଥିଲା ଯେ ସିନେମା ହଲ୍ ଏବେ କେବଳ ବଡ଼ ବଜେଟର ଫିଲ୍ମ ବା ଭିଏଫ୍‌ଏକ୍ସ ପାଇଁ ଚାଲିଛି । ଏବେ ବଲିଉଡ ଓ ତା’ର ସବୁ ଚାମଚାମାନଙ୍କୁ ବଡ଼ ଝଟକା ଲାଗିଛି। ଏଥିପାଇଁ କିଛି ଶବ୍ଦ ନାହିଁ,ପୁରା ଦୁନିଆ ଏହାକୁ ଦେଖୁଛି ।

Leave A Reply

Your email address will not be published.