ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗି ୧୦୦ କୋଟି କ୍ଲବ୍‌ ଅଭିମୁଖେ ‘ଦ କାଶ୍ମୀର ଫାଇଲ୍ସ’

ମୁମ୍ବଇ : ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଦର୍ଶକଙ୍କ ଭରପୁର ସମର୍ଥନ ସହ ବକ୍ସ ଅଫିସରେ ହିଟ୍ ହୋଇଛି ଦ କାଶ୍ମୀର ଫାଇଲ୍ସ। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଅଳ୍ପ ବ୍ୟୟରେ ନିର୍ମିତ ଫିଲ୍ମ ଏଭଳି ବ୍ୟବସାୟ କରିବା କେବେ ଦେଖାଯାଇନଥିଲା। ଫିଲ୍ମରେ ନିବେଶ କରାଯାଇଥିବା ଟଙ୍କା ଓ ଏଥିରୁ ମିଳିଥିବା ଲାଭକୁ ଯଦି ଦେଖାଯାଏ ତେବେ ପୁରା ବର୍ଷକର ଏହା ହେଉଛି ଏକ ସଫଳ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ବଲିଉଡର ଅନେକ ବଡ଼ ବଜେଟର ସିନେମାର ରେକର୍ଡକୁ ଭାଙ୍ଗି ଦେଇଛି।

କୌଣସି ଚଳଚ୍ଚିତ୍ର ରିଲିଜ ହେବାର ଷଷ୍ଠ ଦିନରେ ପୂର୍ବ ଦିନମାନଙ୍କ ଅପେକ୍ଷା ଅଧିକ ଆୟ କରିବାର ଉଦାହରଣ ବହୁତ କମ ଦେଖାଯାଏ । ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର କାର୍ଯ୍ୟ ଦିବସ ବୋଲି ମନାଯାଉଥିବା ବୁଧବାରରେ ଅନ୍ୟ ଦିନମାନଙ୍କ ଅପେକ୍ଷା ସବୁଠାରୁ ଅଧିକ ଆୟ କରିଛି। ଶୁକ୍ରବାର ପ୍ରଥମ ଦିନରେ ୩.୫୫ କୋଟି ଆୟ କରିଥିବା ‘ଦ କାଶ୍ମୀର ଫାଇଲ୍ସ’ ବୁଧବାର ତଥା ଷଷ୍ଠ ଦିନରେ ୧୯.୦୫ କୋଟି ଆୟ କରିଛି। ‘ଦ କାଶ୍ମୀର ଫାଇଲ୍ସ’ ଛଅ ଦିନରେ ସର୍ବମୋଟ ୭୯.୩ କୋଟି ଆୟ କରିଛି। ଦିନକୁ ଦିନ ଯେପରି ‘ଦ କଶ୍ମୀର ଫାଇଲ୍ସ’ର ଆୟ ବଢୁଛି ସେହି ଅନୁସାରେ ଗୁରୁବାର ଦିନ ‘ଦ କଶ୍ମୀର ଫାଇଲ୍ସ’ ୧୦୦ କୋଟି କ୍ଲବକୁ ଛୁଇଁବ ବୋଲି ଆଶା କରାଯାଉଛି।


କରୋନା ମହାମାରୀ ପରେ କାଶ୍ମୀର ଫାଇଲ୍ସର ଷଷ୍ଠ ଦିନ ରୋଜଗାର ସବୁ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଦେଇଛି । ଏହି ଫିଲ୍ମଟି ସୁର୍ୟ୍ୟବଂଶୀ, ଗଙ୍ଗୁବାଇ କାଠିୟାବାଡ଼ି, ଫିଲ୍ମ ୮୩କୁ ମାତ ଦେଇଛି । ଏହା ପୂର୍ବରୁ ତାନାଜୀର ଷଷ୍ଠ ଦିନର ଆୟ ୧୬.୭୨କୋଟି ଟଙ୍କା ଥିବା ବେଳେ ଉରୀର ୭.୭୩ କୋଟି ଟଙ୍କା ରୋଜଗାର ଥିଲା ।

‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି । ଶୁକ୍ରବାର ଦିନ ଫିଲ୍ମ ରିଲିଜ ହେବା ପରେ ୩.୫୫କୋଟି ରୋଜଗାର କରିଥିଲା । ପରେ ଏହା ଶନିବାର ଦିନ ୮.୫୦ କୋଟି ଟଙ୍କା, ରବିବାର ଦିନ ୧୫.୧୦ କୋଟି ଟଙ୍କା, ସୋମବାର ଦିନ ୧୫.୦୫ କୋଟି ଟଙ୍କା , ମଙ୍ଗଳବାର ଦିନ ୧୮ କୋଟି ଟଙ୍କା ଓ ବୁଧବାର ଦିନ୧୯.୦୫ କୋଟି ଟଙ୍କା ରୋଜଗାର କରିଛି । ଭାରତୀୟ ବକ୍ସ ଅଫିସରେ ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ସମୁଦାୟ ୭୯.୨୫ କୋଟି ଟଙ୍କା ରୋଜଗାର କରିଛି ।

Leave A Reply

Your email address will not be published.