ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିସେମ୍ବର ୫ ଯାଏଁ କନିଷ୍ଠ ମେଧା ବୃତ୍ତି ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ‘ଜୁନିୟର ମେରିଟ୍‌'(କନିଷ୍ଠ ମେଧା) ବୃତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୫ ଆବେଦନର ଶେଷ ତାରିଖ ରହିଛି। ତେବେ ୧୦ ହଜାର ମେଧା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ  କରାଯିବାକୁ ଥିବାବେଳେ୨ ବର୍ଷ ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯିବ। ମାଟ୍ରିକ୍‌ରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏଥି ପାଇଁ ଆବେଦନ କରିବାକୁ ଥିବାବେଳେ ଛାତ୍ରଛାତ୍ରୀ www.scholarship odisha gov.in ମାଧ୍ୟମରେ ସବିଶେଷ ତଥ୍ୟ ପାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦର୍ଶାଇଛି।

Leave A Reply

Your email address will not be published.