ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୯ ବର୍ଷ ପରେ ପାକିସ୍ତାନକୁ ଫେରିଲା ଆଇସିସି ଟୁର୍ଣ୍ଣାମେଣ୍ଟ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବଡ ଘୋଷଣା । ୨୯ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୧୯୯୬ ଦିନିକିଆ ବିଶ୍ବକପ ଆୟୋଜନ ପରେ ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ଆଇସିସି ଟୁର୍ଣ୍ଣାମେଣ୍ଟ । ଏନେଇ ଆଜି ଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା କରିଛି । ଆଜି ଆଇସିସି ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ହ୍ବାଇଟ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କେଉଁ ଦେଶ କରିବ ତାହା ଘୋଷଣା କରିଛି । ଏହି ୨୦୨୪ରୁ ୨୦୩୧ ମସିହା ମଧ୍ୟରେ ଆଇସିସିର ୧୧ଟି ପୂର୍ଣ୍ଣ କାଳୀନ ମେମ୍ବର ଥିବା ଦେଶ ଓ ୩ଟି ଆସୋସିଏଟ ମେମ୍ବର ଥିବା ଦେଶ ୮ଟି ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଏଥି ମଧ୍ୟରେ ଦୁଇଟି ଦିନିକିଆ ବିଶ୍ବକପ, ଚାରୋଟି ଟି-୨୦ ବିଶ୍ବକପ ଥିବାବେଳେ ଦୁଇଟି ଚମ୍ପିଆନ୍ସ ଟ୍ରଫି ମଧ୍ୟ ରହିଛି ।

ତେବେ ଏହି ଭିତରେ ସବୁଠାରୁ ବଡ଼ କଥା ହେଉଛି ଏହି ଆଇସିସି ଟୂର୍ଣ୍ଣାମେଣ୍ଟ ମଧ୍ୟରୁ ପାକିସ୍ତାନ ଏକ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବ । ୨୦୨୫ରେ ହେବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫି ହୋଷ୍ଟ କରିବ ପାକିସ୍ତାନ । ଶେଷ ଥର ପାଇଁ ପାକିସ୍ତାନ ୧୯୯୬ରେ ଭାରତ ସହ ମିଶି ଦିନିକିଆ ବିଶ୍ବକପ ହୋଷ୍ଟ କରିଥିଲା ।ଉକ୍ତ ବିଶ୍ଵ କପରେ ଶ୍ରୀଲଙ୍କା ଚାମ୍ପିଅନ ହୋଇଥିଲା।

 

 

Leave A Reply

Your email address will not be published.