ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ଯୁ ମାମଲା; ସ୍ଵାମୀକୁ ଆଜୀବନ କାରାଦଣ୍ଡ ସହ 10 ହଜାର ଜରିମାନା

ଗୁଣପୁର : ରାୟଗଡା ଜିଲା ଗୁଣପୁର ଏଡିଜେ କୋର୍ଟ ଆଜି ଜଣଙ୍କୁ ଆଜୀବନ କାରାଦଣ୍ଡ ସହ 10 ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଗୁଣପୁର ଥାନା କୁକୁରଗୁଡା ଗାଁ ର ଚନ୍ଦ୍ର ଶବର ତାଙ୍କ ସ୍ତ୍ରୀ କୁମାରୀକୁ ଘରେଇ କଳିକୁ ନେଇ ୨୩ ଜୁନ୍ ୨୦୨୦ ମସିହାରେ ଟାଙ୍ଗିଆରେ ପ୍ରହାର କରି ସ୍ତ୍ରୀକୁ ହତ୍ୟା କରିଥିବା ଘଟଣା । ଘଟଣାସ୍ଥଳରେ କୁମାରୀଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ଗୁଣୁପୁର ଥାନା ମାମଲା ଦାୟର ହୋଇଥିଲା। ଆଜି ଏହି ମାମଲାର ରାୟ ଏଡିଜେ କୋର୍ଟରେ ପ୍ରକାଶ ପାଇଛି । କୋର୍ଟ ସ୍ବାମୀ ଚନ୍ଦ୍ର ଶବରଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ 10 ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ 3 ମାସ ଜେଲ ଶୁଣାଇ ଥିବା ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଏହି ମାମଲାରେ ୧୪ ଜଣକର ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସାକ୍ଷ୍ୟ ପମାଣକୁ ଆଧାର କରି ଏହି ରାୟ ପ୍ରକାଶ ପାଇଛି।

Leave A Reply

Your email address will not be published.