ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରିବାରିକ କଳହରୁ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲା ସ୍ୱାମୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ସ୍ୱାମୀ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ସ୍ୱାମୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ଗୁରୁତର ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆର୍ଯ୍ୟପଲ୍ଲୀ ଗାଁର ବି. ମୁକୋଡୁ ଓ ପତ୍ନୀ ବି. ଆରାମାଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀ ବି. ଆରାମା ତାଙ୍କ ବାପଘରକୁ ଚାଲିଯାଇଥିଲେ । ସେଠାରୁ ମହିଳା ଜଣଙ୍କ କାମ କରିବା ପାଇଁ ଯାଉଥିବା ବେଳେ ନିକଟସ୍ଥ ଗାନ୍ଧୀ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ମହିଳାଙ୍କ ସହ ବଚସା କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ।

Leave A Reply

Your email address will not be published.