ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡିଲା ‘ନିଶ’, ଚାକିରି ହରାଇଲେ କନେଷ୍ଟବଳ

ଭୋପାଳ : ନିଶ ପାଇଁ ହରାଇବାକୁ ପଡିଛି ଚାକିରି। ତାହା ପୁଣି ଏମିତି ସେମିତି ଚାକିରି ନୁହେଁ ପୁଲିସ ଚାକିରି ହରାଇବାକୁ ପଡିଛି। କଥାଟି ଟିକେ ଅଡୁଆ ଲାଗୁଥିଲେ ମଦ୍ୟ ସତ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ କନେଷ୍ଟବଳ ନିଜର ନିଶ ପାଇଁ ଚାକିରି ହରାଇଛନ୍ତି।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ପୁଲିସର ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଯବାନ ରାକେଶ ରାଣାଙ୍କୁ ନିଶ ପାଇଁ ତାଙ୍କୁ ତାଙ୍କ ଚାକିରିରୁ ନିଲମ୍ବିତ କରାଯାଇଛି। କନେଷ୍ଟବଳ ରାକେଶ ରାଣା ଭୋପାଳର ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକଙ୍କ ସରକାରୀ ଗାଡି ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। ଟର୍ଣ୍ଣ ଆଉଟ ଚେକ ସମୟରେ କନେଷ୍ଟବଳ ରାକେଶଙ୍କ କେଶ ବଢ଼ିଥିବା ଥିବା ସହିତ ନିଶ ବି ତାଙ୍କର ଲମ୍ବା ରହିଥିଲା। ଏହା ପରେ ଅଧିକାରୀ ତାଙ୍କୁ କେଶ ଏବଂ ନିଶ କାଟିବାକୁ ଆଦେଶ ଦେଲେ, ତେବେ ସେ ନିଜର ନିଶ ଏବଂ କେଶ କାଟିବାକୁ ମନା କରିଦେଇଥିଲେ।

ଅଧିକାରୀମାନେ ଏଥିରେ କ୍ରୋଧିତ ହୋଇ ତାଙ୍କ ଉଚ୍ଚ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ଏହା ପରେ ବରିଷ୍ଠ ଅଧିକାରୀ ତାଙ୍କ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ରମରେ ଏହା ଲେଖାଯାଇଥିଲା ଯେ କନଷ୍ଟେବଳ ଡ୍ରାଇଭରଙ୍କୁ ତାଙ୍କ ନିଶ ଏବଂ କେଶ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ସେ ମାନିନଥିଲେ। ସେ ନିଜ ନିଶ ଏବଂ କେଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଦ୍ ଧରିଥିଲେ, ଯାହା ପୁଲିସ ସେବାରେ ଅନୈତିକ ଅଟେ । ସହକାରୀ ପୁଲିସ ମହାନିରୀକ୍ଷକଙ୍କ ଦ୍ବାରା  ଜାରି ହୋଇଥିଲା ନିଲମ୍ବନ ଆଦେଶରେ ଲେଖା ହୋଇଛି କି କନେଷ୍ଟବଳ ରାକେଶ ରାଣା ଟର୍ଣ୍ଣ ଆଉଟ୍ ଚେକ ବେଳେ ଜଣାପଡିଛି କି ସେ ତାଙ୍କର  କେଶ ଓ ନିଶକୁ ଏକ ଅଜବ ଢଙ୍ଗରେ ସଜାଇଥିଲେ । ଏହା ଏକ ପୁଲିସ କର୍ମୀର ସାଜସଜ୍ଜା ନୁହେଁ, ତେଣୁ ତୁରନ୍ତ ଠିକ ଢଙ୍ଗରେ କେଶ ଓ ନିଶ କାଟିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ହେଲେ ଏଭଳି ନିର୍ଦ୍ଦେଶ ପାଇବା ପରେ ବି ରାକେଶ ରାଣା ନିଜ ଷ୍ଟାଇଲର ପରିବର୍ତ୍ତନ କରି ନଥିଲେ । ଏନେଇ ଆଦେଶ ଅବମାନନା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ।

ଅନ୍ୟପଟେ କନେଷ୍ଟବଳ ରାକେଶ ରାଣା  ନିଶକୁ ତାଙ୍କ “ଆତ୍ମ ସମ୍ମାନ” ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଁ ଜଣେ ରାଜପୁତ ଏବଂ ମୋର ନିଶ ହେଉଛି ମୋର ଗର୍ବ । ସେ ସର୍ବଦା ଏକ ସଠିକ୍ ୟୁନିଫର୍ମ ପିନ୍ଧିଥିବାର ଦାବି କରି ଶ୍ରୀ ରାଣା କହିଛନ୍ତି ଯେ ଦୀର୍ଘ ଦିନରୁ ସେ ନିଶ ରଖିଥିବାରୁ ନିଲମ୍ବନ ସତ୍ତ୍ୱେ ସେ ଏହି ପ୍ରସଙ୍ଗରେ ଆପୋଷ ବୁଝାମଣା କରିବେ ନାହିଁ।

Leave A Reply

Your email address will not be published.