ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁବ ଡାକ୍ତର ଙ୍କ ମହାନତା, ଦୁର୍ଘଟଣା ଗ୍ରସ୍ତ ରୋଗୀ ଙ୍କୁ ନିଜ ଗାଡ଼ିରେ ଆଣିଲେ ମେଡିକାଲ

କାମାକ୍ଷାନଗର : ଡାକ୍ତର ଙ୍କୁ କାହିଁକି ଦ୍ୱିତୀୟ ଭଗବାନ କୁହାଯାଏ ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ମେଡିକାଲ ରେ କାର୍ଯ୍ୟରତ ଡାକ୍ତର ସିଦ୍ଧାର୍ଥ ବେଉରା l ଆଜି କାମାକ୍ଷାନଗର ରୁ ଡାକ୍ତର ବେଉରା ନିଜ କାର ଯୋଗେ ଢେଙ୍କାନାଳ ଯାଉଥିବା ସମୟରେ କାମାକ୍ଷାନଗର ଥାନା ମହୁଲପାଳ ନିକଟରେ ବାଙ୍କୀ ଅଞ୍ଚଳ ର ବିକାଶ କୁମାର ଦଳେଇ ସଡ଼କଦୁର୍ଘଟଣା ରେ ଆହତ ହୋଇ ରାସ୍ତା କଡ଼ ରେ ପଡି ରହିଥିଲେ l ଏହାଦେଖି ଡାକ୍ତର ବେଉରା ତୁରନ୍ତ ବିକାଶ ଙ୍କୁ ନିଜ କାର ରେ କାମାକ୍ଷାନଗର ମେଡିକାଲ କୁ ଆଣିବା ସହ ତାଙ୍କର ଚିକିତ୍ସା କରିଥିଲେ l ଡାକ୍ତର ଙ୍କ ଏତାଦୃଶ କାର୍ଯ୍ୟ କୁ ନେଇ ସମଗ୍ର କାମାକ୍ଷାନଗର ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.