ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚକ୍ ଖଡ଼ିରେ ତିଆରି କଲେ ରାଜ୍ୟପାଳଙ୍କ ପ୍ରତିକୃତି

କଳାକୃତି ଦେଖି ରାଜ୍ୟପାଳଙ୍କ ପ୍ରଶଂସା

ଗୋପାଳପୁର: ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷ ଛାତ୍ର ତଥା ଇମାଜିକ୍ସ କ୍ଲବ୍ ଛାତ୍ର କେ.ବିଜୟ କୁମାର ରେଡ୍ଡୀ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ପ୍ରତିକୃତିକୁ ଚକ୍ ଖଡ଼ିରେ ତିଆରି କରିଛନ୍ତି । ଏହାର ଉଚ୍ଚତା ଏକ ସେଣ୍ଟିମିଟର ରହିଛି। ଏହାକୁ ସେ ଗୋଟିଏ ଦିନରେ ତିଆରି କରିଛନ୍ତି। ଛାତ୍ର କେ.ବିଜୟ କୁମାର ରେଡ୍ଡୀ ଆଜି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ଭେଟି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି।

ଏଥିସହ ପୂର୍ବରୁ ଚକ୍ ଖଡ଼ିରେ ତିଆରି କରିଥିବା ଐତିହର ୭୫ଟିର ଫୋଟ ଚିତ୍ର ପୁସ୍ତକ ସେ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ରାଜ୍ୟପାଳ ତାଙ୍କ କଳାକୃତିକୁ ଉଚ୍ଚ ପ୍ରଶଂସା କରିବା ସହ ମନ୍ କି ବାତରେ ସାମିଲ ହେବାକୁ କହିଥିଲେ। ତାହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି କରି ଦେବାକୁ କହିଥିଲେ। ରାଜ୍ୟପାଳ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିବେ ବୋଲି କହିଥିବା ବିଜୟ କହିଛନ୍ତି। ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି ତିଆରି କରି ରାଜ୍ୟପାଳଙ୍କୁ ପ୍ରଦାନ କରିବେ କେ ବିଜୟ କହିଛନ୍ତି । ଏହି ଭଳି କୃତି ପାଇଁ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ବାଇଁ ଓ ମହାବିଦ୍ୟାଳୟ ଇମାଜିକ୍ସ କ୍ଲବ୍ ସଂଯୋଜକ ଡ଼ ସାଗର ମୁର୍ମୁ , ଶୁଭମ୍ ଶ୍ୱାସତ ପୁର୍ଷ୍ଟୀ, ପ୍ରଣମ୍ ପାଣି, ତାପସ ପାଣଗ୍ରାହୀ, ଭଗବାନ ପଣ୍ଡା ଉଚ୍ଚ ପ୍ରଶଂସା କରିବା ସହ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଛନ୍ତି।

 

Leave A Reply

Your email address will not be published.