ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶତ୍ରୁ ସମ୍ପତ୍ତି ବିକିବେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶତ୍ରୁ ସମ୍ପରି ବିକ୍ରି କରିବାକୁ ଯାଉଛନ୍ତି । ଏଥିଲାଗି ଏକ ଉଚ୍ଚସ୍ତରୀୟ କମିଟିର ପୁନର୍ଗଠନ କରିଛନ୍ତି ସରକାର। ଏହି କମିଟି ପାକିସ୍ତାନ ଓ ଚୀନ୍ ନାଗରିକତା ଗ୍ରହଣ କରିବାକୁ ଦେଶ ଛାଡି ଚାଲିଯାଇଥିବା ଲୋକଙ୍କ ଅଚଳ ସମ୍ପତ୍ତି ଉପରେ ନିଷ୍ପତ୍ତି ନେବ। କେନ୍ଦ୍ର ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦେଶରେ ଏହିପରି ଭାବେ ବର୍ତ୍ତମାନ ୧୨, ୬୦୦ରୁ ଅଧିକ ସମ୍ପରି ରହିଛି। ଯେଉଁଗୁଡିକର ସମାଧାନ ହୋଇପାରିଲେ ରାଜକୋଷକୁ ଅନୂନ୍ୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ମିଳିପାରିବ ବୋଲି ଆକଳନ କରାଯାଉଛି। କମିଟି ଗଠନ ଲାଗି ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ଏହି କମିଟିର ଅଧ୍ୟକ୍ଷ ରହିବେ।

ସେହିପରି ଜଣେ ସଦସ୍ୟ ସଚିବଙ୍କ ସମେତ ୫ ଅନ୍ୟ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ । ଏଥରେ ଏପରି ୧୨,୪୮୫ଟି ସମ୍ପତ୍ତି ଠାବ ହୋଇଛି, ଯାହାର ମାଲିକାମାନେ ପାକିସ୍ତାନ ପଳାଇବା ପରେ ଛାଡିଯାଇଥିଲେ। ସେହିପରି ଚୀନ୍ ପଳାଇଥିବା ଲୋକଙ୍କ ୧୨୬ଟି ସମ୍ପରି ଚିହ୍ନଟ ହୋଇଛି। ପଳାୟନ କରିଥିବା ଲୋକେ ସେହି ସବୁ ଦେଶରେ ନାଗରିକତା ହାସଲ କରିଛନ୍ତି। ଏଥିରେ ସବୁଠୁ ଅଧିକ ୬.୨୫୫ଟି ସମ୍ପତି ଉତ୍ତରପ୍ରଦେଶରେ ରହିଛି। ଏହାପଛକୁ ପଶ୍ଚିମବଙ୍ଗରେ ୪,୮୮ଟି, ଦିଲ୍ଲୀରେ ୬୫୮ଟି, ଗୋଆରେ ୨୯୫ଟି , ମହାରାଷ୍ଟ୍ରରେ ୨୦୭ଟି , ତେଲେଙ୍ଗାନାରେ ୧୫୮ଟି, ଗୁଜରାଟରେ ୧୫୧, ତ୍ରିପୁରାରେ ୧୦୫ ଓ ବିହାରରେ ୫୪ଟି ଏହିପରି ସମ୍ପତ୍ତି ରହିଛି ଯାହାକୁ ଦେଶରେ ଶତ୍ରୁ ସମ୍ପତ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.