ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧଉଳି ଶାନ୍ତି ସ୍ତୂପର ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ, ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ଆସନ୍ତା ୨୮ ରେ ଧଉଳିସ୍ତୁପକୁ ପୁରୁଛି ୫୦ ବର୍ଷା । ଏହି ଅବସରରେ ସ୍ତୁପ ପରିସରରେ ପାଳିତ ହେବାକୁ ଯାଉଚି ଗୋଲ୍ଡେନ ଜୁବୁଲି ସମାରୋହ। ଏଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ଧଉଳିସ୍ତୁପ ପରିଭ୍ରମଣ କରି ସ୍ଥିତି ସମୀକ୍ଷା କରିଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ଯକ୍ରମକୁ ପ୍ରାଧାନ୍ୟ ଦେଇଛନ୍ତି । ସମସ୍ତ କାର୍ଯ୍ଯକ୍ରମ ନିର୍ଦ୍ଧାରିତ ସମୟ ପୂର୍ବରୁ କିଭଲି ସରିବ ସେନେଇ ପ୍ରଧାନ୍ୟ ଦେଇଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ଅଭୂର୍ଥନାକୁ ଗୁରୁତ୍ଵ ଦିଆଯାଇଛି । ସେପଟେ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରସ୍ତୁତି ବୁଲି ସମୀକ୍ଷା କରିଛନ୍ତି । ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ଦେଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ରହିଛି । ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ଯନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ । ତେବେ ଧଉଲିର ସର୍ବାଗିନ ଉନ୍ନତିମୂଳକ କାର୍ଯ୍ଯକୁ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶସା କରିଛନ୍ତି ବୌଦ୍ଧ ସନ୍ୟାସୀ ।

Leave A Reply

Your email address will not be published.