ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମେଣ୍ଟ ମରାକୁ ନେଇ ଅଭାବନୀୟ ଘଟଣା; ଯୁବତୀଙ୍କ ଜେଜେବାପାଙ୍କୁ ହତ୍ଯା, ବାପା ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡା ଗ୍ରାମରେ କମେଣ୍ଟ ମରାକୁ ନେଇ ଅଭାବନୀୟ ଘଟଣା ଘଟିଛି। ସଙ୍ଘବଦ୍ଧ ଆକ୍ରମଣରେ ଜେଜବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ମୃତ ଜେଜେବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ବାଇ ଓ ତାଙ୍କ ପୁଅଙ୍କ ନାମ ମୋହନ ବାଇ ବୋଲି ଜଣାପଡ଼ିଛି।

ସୂଚନା ଅନୁଯୟୀ, ପୂର୍ଣ୍ଣ ଚନ୍ଦ୍ରଙ୍କ ନାତୁଣୀକୁ ତାଙ୍କ ଗ୍ରାମର ଭୋଇ ପରିବାରର ଜଣେ ଯୁବକ କମେଣ୍ଟ ମାରିଥିବାକୁ ନେଇ ବଚସା ହୋଇଥିଲା । ପରେ ଘରେ କେହି ନ ଥିବା ବେଳେ ୨ ଯୁବକ ଗାଁର କିଛି ଯୁବକଙ୍କ ସହ ମିଶି ଗାଁ ଦାଣ୍ଡରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ  ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ସମୟରେ ପୂର୍ଣଚନ୍ଦ୍ରଙ୍କୁ ବଞ୍ଚାଇବାକୁ ଯିବା ବେଳେ ପୁଅ ମୋହନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ମୋହନଙ୍କ ହାତରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ଉଭୟଙ୍କୁ ଚିକିତ୍ସା ପାଇଁ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି। ପୁଅ ମୋହନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟକୁ ସ୍ଥନାନ୍ତର କରାଯାଇଛି। ଏନେଇ ପୂର୍ଣଚନ୍ଦ୍ରଙ୍କ ସାନପୁଅ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.