ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଙ୍ଗର ପତ୍ନୀକୁ ନେଇ ଫେରାର ହୋଇଗଲା ଅନ୍ୟ ଜଣେ ସାଙ୍ଗ, ଥାନାରେ ମାମଲା ରୁଜୁ

ବଲାଙ୍ଗିର: ବଲାଙ୍ଗିର ସହରର ଜଣାଶୁଣା ଜମି ବେପାରୀ ବିକାଶ ଜୈନ ନିଜ ବନ୍ଧୁ ପତ୍ନୀ ସୁନୀତାକୁ ନେଇ ଫେରାର ମାରିଛନ୍ତି । ଏନେଇ ନେଇ ଖୋଦ ବିକାଶଙ୍କ ପତ୍ନୀ ମୁସ୍କାନ ଜୈନ ଟାଉନ ଥାନାରେ ମାମଲା ରୁଜୁ କରିଛନ୍ତି । ତାଙ୍କର କହିବା ଅନୁସାରେ ବିଗତ ଏକ ବର୍ଷ ହେବ ବିକାଶ ନିଜ ବନ୍ଧୁ ପତ୍ନୀର ପ୍ରେମରେ ପଡି, ନିଜ ସ୍ତ୍ରୀ ଓ ଛୁଆପିଲା ଛାଡି ବନ୍ଧୁପତ୍ନୀଙ୍କୁ ବାହା ହେବାରେ ମାତିଛନ୍ତି। ଏହାକୁ ବାରଣ କଲେ ସ୍ତ୍ରୀ ଓ ଛୁଆ ପିଲା ଉପରେ ଅତ୍ୟାଚାର କରୁଛନ୍ତି । କିଛି ଦିନ ତଳେ ବିକାଶ ବନ୍ଧୁପତ୍ନୀକୁ ନେଇ ଫେରାର ମାରିଥିଲେ । କିଛି ଦିନ ପରେ ଘରକୁ ଫେରି , ଏଭଳି ଆଉ ନକରିବା ପ୍ରତିଶୃତି ଦେବା ସହ ସ୍ତ୍ରୀଙ୍କୁ ଭୁଲ ମାଗିଥିଲେ । ହେଲେ ପନ୍ଦର ଦିନ ନସରୁଣୁ ସେ ପୁଣି ଏଭଳି କାଣ୍ଡ କରିଛନ୍ତି । ଘରୁ ଟଙ୍କା ସୁନା ଜମି କାଗଜ ପତ୍ର ନେଇ ବିକାଶ ଫେରାର ମାରିଥିବା ତାଙ୍କର ପତ୍ନୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.