ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିମ୍‌ ବିକ୍ରେତାରୁ ବିଶ୍ବର ସବୁଠୁ ବଡ ହୋଟେଲ ଶୃଙ୍ଖଳ ‘ଓୟୋ‘ର ପ୍ରତିଷ୍ଠାତା

ଭୁବନେଶ୍ବର : ଆପଣ ନିଜ ସହରରୁ ଅନ୍ୟ ସହରକୁ ଗଲେ କେଉଁଠି ରହିବେ, କଣ ଖାଇବେ ଚିନ୍ତା କରୁକରୁ ଆପଣ ଓୟୋ ରୁମ ବାବଦରେ ଚିନ୍ତା କରିଥାନ୍ତି । ପକେଟକୁ ସୁହାଇଲା ଭଳି ହୋଟେଲ ସାଙ୍ଗକୁ ଅଜଣା ସହରରେ ସୁବିଧାରେ ରୁମ ମିଳିବା ଏହି ୱେବସାଇଟକୁ ଦେଇଛି ସ୍ୱତନ୍ତ୍ର ପରିଚୟ।

ଆପଣ ଜାଣନ୍ତି କି ଏହି  ‘ଓୟୋ’ ରୁମସ୍‌ର ପ୍ରତିଷ୍ଠା କରିଥିବା ଯୁବକଙ୍କ ଘର ନ୍ୟୁୟର୍କରେ ନୁହଁ କି କାଲିଫର୍ଣ୍ଣିଆ କିମ୍ବା ସୁଇଡେନ ରେ ନୁହେଁ । ଏହି ସମ୍ରାନ୍ତ ଯୁବକଙ୍କ ଘର ଆମ ରାଜ୍ୟ ଓଡ଼ିଶାର ରାୟଗଡା ଜିଲ୍ଲାରେ । ଯେଉଁ ଜିଲ୍ଲା ରେ ଅଧିକାଂଶ ଲୋକ ଦିନକୁ ୫ ଡଲାର ରୋଜଗାର କରିବାକୁ ଅକ୍ଷମ ସେଠାରେ ଜନ୍ମିତ ଏହି ଯୁବକ ରିତେଶ ଅଗ୍ରୱାଲ ବର୍ତ୍ତମାନ ବିଶ୍ବର ସର୍ବକନିଷ୍ଠ ବିଲିଆନେର ପାଲଟି ଯାଇଛନ୍ତି। ପଶ୍ଚିମ ଓଡ଼ିଶାର ଏହି ଯୁବକ ଏବେ ଅନେକଙ୍କୁ ନିଯୁକ୍ତି ଦେବା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତେବେ ରିତେଶଙ୍କ ପାଇଁ ଏହି ସଫଳତା ପାଇବା ସେତେ ସହଜ ନଥିଲା ।

ରାୟଗଡା ଜିଲ୍ଲା ବିଷମକଟକର ମଧ୍ୟବିତ ମାରୱାଡି ପରିବାରରେ ୧୯୯୩ ମସିହାରେ ଜନ୍ମଗ୍ରହଣ କରିଥିଲେ ରିତେଶ। ନା ଥିଲା ପରିବାରର ଅର୍ଜିତ ଧନ, ନା ଥିଲା ପୁଳା ପୁଳା ସମ୍ପତ୍ତି । ପରିଶ୍ରମ କଲେ, ନିଜ ଗୋଡ଼ରେ ଛିଡା ହେଲେ ଆଉ କୋଟିପତି ପରେ ଅନେକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। କୋଟି କୋଟି ଟଙ୍କାର ମାଲିକ ହେବା ପାଇଁ ସେ ମଧ୍ୟ କଠିନ ପରିଶ୍ରମ କରିଛନ୍ତି ।

୧୯ ବର୍ଷ ବୟସରେ ଯେତେବେଳେ ରିତେଶ ରାଜସ୍ଥାନ କୋଟାରେ ଆଇଆଇଆଟି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସେତେବେଳେ କିଛି କାମରେ ସେ  ଦିଲ୍ଲୀ ଯାଇଥିଲେ । ତେବେ ଦିଲ୍ଲୀରେ ଶସ୍ତାରେ ହୋଟେଲ ଟିଏ ପାଇବା ପାଇଁ ପ୍ରଚେଷ୍ଟା କରୁଥିବାବେଳେ ସେ ଉପଲବ୍ଧି କରିଥିଲେ କିଛି ନୂଆ ଅଭିଜ୍ଞତା । ସାଧାରଣ ଲୋକର ମନରେ ହୋଟେଲରେ ରହିବାକୁ ନେଇ କଣ ସବୁ ପ୍ରଶ୍ନ ଉଙ୍କି ମାରିଥାଏ ତାହାକୁ ଠଉରେଇ ପାରିଥିଲେ ରିତେଶ । ଏହାପରେ ଓୟୋ ରୁମସର ପରିକଳ୍ପନା କରି ଲୋକଙ୍କ ଆକାଂକ୍ଷାକୁ ହିଁ ସ୍ଥାନ ଦେଇଥିଲେ ।

କିଛି ବର୍ଷ ପୂର୍ବରୁ ରିତେଶ ଓଡ଼ିଶାରେ ସିମ୍‌ କାର୍ଡ଼ ବିକ୍ରି କରୁଥିଲେ । ଓଡ଼ିଶାର ବିଷମକଟକରେ ଜନ୍ମ ହୋଇଥବା ରିତେଶ ଟିଭି ରିମୋଟରୁ ନିଜର ଏହି ବ୍ୟବସାୟ ଆରମ୍ଭ କରିବା କଥା ଭାବିଥିଲେ । ଯେମିତି ଲୋକମାନେ ଟିଭିକୁ ରିମୋଟ ମାଧ୍ୟମରେ ନିୟନ୍ତ୍ରଣ କରୁଛନ୍ତି । ସେଭଳି ଭାବରେ ଘରେ ବସି ଲୋକମାନେ ହୋଟେଲରେ ଓୟୋ ରୁମ୍‌ ମଧ୍ୟ ବୁକ୍‌ କରି ପାରିବେ ।

ରିତେଶ ଙ୍କୁ ଯେତେବେଳେ ୨୦ ବର୍ଷ ସେ ୫୦ ଟଙ୍କା ଜମା ରେ ଗୋଟିଏ ବ୍ୟାଙ୍କ ଖାତା ଖୋଲିଥିଲେ । ୨୨ ବର୍ଷ ବୟସ ରେ ୫୦୦ ହୋଟେଲ ମାଲିକଙ୍କୁ ବୁଝାଇ ନୂଆ ଏକ ବ୍ୟବସାୟିକ ଶୃଙ୍ଖଳ ଆରମ୍ଭ କରିଥିଲେ  । ୨୬ ବର୍ଷ ବୟସ ରେ ବିଶ୍ୱର ୪୬୦୦୦ ହୋଟେଲ ସହିତ ଅନୁବନ୍ଧିତ ହୋଇ ବ୍ୟାପକ କରିଛନ୍ତି ବ୍ୟବସାୟ। କଲେଜରୁ ପାଠ ପଢ଼ା ଅଧାରୁ ଛାଡ଼ିଥିଲେ ମଧ୍ୟ ଏବେ ୨୦ଜଣ ଆଇଆଇଏମ୍‌ ଏବଂ ୨୦୦ଆଇଆଇଟି ଛାତ୍ର ତାଙ୍କ ଅଧିନରେ କାମ କରୁଥିବା ଜଣା ପଡ଼ିଛି । ରିତେଶ କହିଛନ୍ତି ଯେ ଆମେରିକାର ନ୍ୟୁୟର୍କ, ଲସଏଞ୍ଜେଲସ, ସାନଫ୍ରାନସିସ୍କୋ ଭଳି ଦାମୀ ସହରରେ ଏବେ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରତିଦିନ ଗୋଟିଏ ହୋଟେଲକୁ ନିଜ କମ୍ପାନୀ ସହ ଯୋଡିବାର ଲକ୍ଷ୍ୟ ରଖୁଥିବା ରିତେଶ ଏବେ ଆମେରିକାର ୩୫ଟି ସହରରେ ନିଜ ବ୍ୟବସାୟକୁ ପହଞ୍ଚାଇସାରିଲେଣି।

ବ୍ୟବସାୟ ଆରମ୍ଭ ରେ ସେ ଶସ୍ତା ଦର ରେ ଟୁରିଷ୍ଟ ମାନଙ୍କୁ ରୁମ ଦେଉଥିବା ହୋଟେଲ ର ମାଲିକଙ୍କୁ ଭେଟିଲେ । ପର୍ୟ୍ୟଟକ ଙ୍କ ସଂଖ୍ୟା, ଆ୍ୱଶ୍ୟକତା, ରୁଚି ଓ ଚାହିଦା କୁ ନଜର ରେ ରଖି ହୋଟେଲ କୁ ନୂଆ ରୂପରେ ଗଢିବା ପାଇଁ କଥାବାର୍ତା କଲେ । ନିଜେ ଏଲ ଇ ଡି ବଲବ ଲଗାଇଲେ । ଆକର୍ଷଣୀୟ ବେଡ଼ ପକାଇଲେ । ଇଣ୍ଟରନେଟ ସଂଯୋଜିତ କଲେ । ଥଣ୍ଡା ଗରମ ପାଣି ର ବ୍ୟବସ୍ଥା କଲେ । ରିତେଶ ପ୍ରଥମେ ‘ଓରାଭେଲ’ନାମକ ୱେବସାଇଟଟିଏ ସ୍ଥାପନ କରିଥିଲେ। ପରେ ଏହାକୁ ଓୟୋ ରୁମସ ନାମରେ ପରିଚିତ କରିଥିଲେ।  ସୁନ୍ଦର ସୁନ୍ଦର ଫୋଟୋ ଉଠାଇ ସେସିଆଲ ମିଡିଆ ରେ ପକାଇଲେ । ତା ପରେ ସେ ପାଲଟିଗଲେ ବିଲିଆନେର । ଆଉ ତାଙ୍କ ହୋଟେଲ ଶୃଙ୍ଖଳା ପାଲଟିଗଲା ବିଶ୍ୱର ଏକ ପ୍ରମୁଖ ବ୍ରାଣ୍ଡ । ଏବେ ୪୩ ହଜାର ହୋଟେଲ ବ୍ୟବସାୟ ର ଭାଗ୍ୟରେଖା ତିଆରି କରୁଛନ୍ତି ଏହି ଓଡ଼ିଆ ଯୁବକ । ଆଉ କଠିନ ଶ୍ରମ ର ସଜ୍ଞା କଣ ତାହା ସୂଚାଇ ଦେଇଛନ୍ତି ।

ଗତବର୍ଷ ଜାନୁଆରୀ ମାସରେ ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଓୟୋ ମୁଖ୍ୟ ତଥା ଓଡ଼ିଆ ପୁଅ ରିତେଶ ଅଗ୍ରୱାଲ। ଓଡ଼ିଶାରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଗତ କିଛି ବର୍ଷ ହେବ ଓଡ଼ିଶାରେ ଓୟୋ ଭଲ ବ୍ୟବସାୟ କରିବା ସହ ଆଗକୁ ମେକ୍‌ ଇନ ଓଡ଼ିଶା ସହ ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରାଯିବ ବୋଲି ରିତେଶ କହିଥିଲେ।  ଏବେ ଓଡ଼ିଶାରେ ୭,୫୦୦ଟି ଓୟୋ ରୁମ ସକ୍ରିୟ ରହିଥିବା ବେଳେ ଆଗକୁ ହୋଟେଲ, ହଷ୍ଟେଲ ଓ ରୁମ୍ ଉପରେ ଅଧିକ ପୁଞ୍ଜିନିବେଶ ନେଇ ଗୁରୁତ୍ୱ ଦିଆଯିବ। ଗତବର୍ଷ ଓୟୋରେ ୫ହଜାର ଚାକିରି ସୃଷ୍ଟି କରାଯାଇଥିବା ସହ ଆଗକୁ ଆହୁରି ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଓୟୋ।

Leave A Reply

Your email address will not be published.