ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀକୁ ବାଡେଇ ବାଡେଇ ମାରିଦେଲା ମଦ୍ୟପ ସ୍ଵାମୀ

କପ୍ତିପଦା ଥାନା ଅନ୍ତର୍ଗତ ପେଡାଗଡି ପଞ୍ଚାୟତର କରପଦା ଗ୍ରାମରେ ଘଟିଛି ଏଭଳି ଘଟଣା,ଗତ ମଙ୍ଗଳବାର ଵିଳମ୍ଵିତ ରାତିରେ ପେଟେ ମଦ ପିଇ ଘରକୁ ଫେରିଥିଲା ସ୍ଵାମି କାହ୍ନୁ ହାଁସଦା,ଘରେ ପହଞ୍ଚି ସ୍ତ୍ରୀ ଫୁଲକୁ ଖାଇଵାକୁ ମାଗିଥିଲା,ମାତ୍ର ନିଦରେ ଶୋଇ ଥିବାରୁ ଵିଳମ୍ଵରେ ଉଠିବା ନେଇ ସ୍ଵାମି ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା,ସ୍ଵାମି କାହ୍ନୁ ରାଗରେ ଏକ ଠେଙ୍ଗାରେ ସ୍ତ୍ରୀ ଫୁଲକୁ ନିସ୍ତୁକ ଵାଡେଇ ଥିଲା ଓ ଶୋଇ ଯାଇଥିଲା,ତେଵେ ରାତି ପ୍ରାୟ ୩ ଟା ସମୟରେ କାହ୍ନୁର ଝିଅ ମାର ନିଶ୍ୱାସ ଵନ୍ଦ ହୋଇଯାଇଥିଵା ଦେଖି ଜେଜେମାଙ୍କୁ ଡାକିଥିଲା, ଗାଁଲୋକ ପହଞ୍ଚି ଫୁଲ ମରି ଯାଇଥିଵାର ଦେଖି ପୋଲିସକୁ ଖଵର ଦେଇଥିଲେ,ଆଜି ସକାଳୁ ପ୍ରାୟ ୯ ଟା ସମୟରେ କପ୍ତିପଦା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଶଵକୁ ଜଵତ୍ କରିବା ସହିତ ଅଭିଯୁକ୍ତ ସ୍ଵାମି କାହ୍ନୁ ହାଁସଦାକୁ ଗିରଫ କରିଛି । ଥାନା କେସ ନଂ ୨୬୦/୨୧ ରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.