ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ଘଟଣା ପରେ ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଚାଳକ

ଦେବଗଡ : ଦେବଗଡ଼ ବାରକୋଟ ଥାନା କଲା ଗ୍ରାମଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ପୋଲ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯିବାସହ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୦ଟା ୧୫ମିନିଟ ସମୟରେ କେନ୍ଦୁଝର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ(ନଂ-ଓଡି-୦୯-୫୮୧୯୦) ବାରକୋଟ ଆଡକୁ ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଅନ୍ୟଏକ ମାଲ ବୋଝେଇ ଟ୍ରକ କଲା-ଗୋପପୁର ପୋଲ ନିକଟରେ କଟ୍‍ ମାରିଥିଲା। ଫଳରେ ଲୁହାପଥର ବୋଝେଇ ଟ୍ରକର ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକଟି ରାସ୍ତା ତଳକୁ ଓଲଟି ପଡ଼ିବାସହ ସେଥିରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ବାରକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଟ୍ରକର ଚାଳକ ଟ୍ରକ କ୍ୟାବିନରୁ ବାହାରକୁ ବାହାରିନପାରି ଜିଅନ୍ତା ଜଳି ଯାଇଥିଲେ। ମୃତ ଟ୍ରକ ଚାଳକଙ୍କ ନାମ ସିପୁନ ନାୟକ(୨୨)ଓ ତାଙ୍କ ଘର ଦେବଗଡ ଜିଲା ବାରକୋଟ ଥାନା ସରୁଆଳି ଗ୍ରାମରେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.