ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା କେଦାରନାଥ, ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ

ଡେରାଡୁନ: ଦୀର୍ଘ ଦୁଇ ବର୍ଷର ଅପେକ୍ଷାର ଘଟିଲା ଅନ୍ତ । ଭକ୍ତ ଓ ଭଗବାନଙ୍କ ହେଲା ମିଳନ । ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ । ହଜାର ହଜାର ଭକ୍ତଙ୍କ ଜୟ ଜୟକାର ମଧ୍ୟରେ ସକାଳ ୬ଟାରେ ମନ୍ଦିରର କବାଟ ଖୋଲିଛି । ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ଥିଲେ । ଏହାସହ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ସକାଳେ ପ୍ରାୟ ୨୦ ହଜାର ଭକ୍ତ କବାଟ ଖୋଲିବା ବେଳେ ଉପସ୍ଥିତ ଥିଲେ । କେଦାରନାଥ ଧାମ ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ପୂଜାର୍ଚ୍ଚନା କରାଯାଇଛି ।

ଦୀର୍ଘ ୨ ବର୍ଷ ପରେ ବାବାଙ୍କ ଦର୍ଶନ କରି ଭକ୍ତ ଆତ୍ମବିଭୋର ହୋଇଯାଇଛନ୍ତି ଭକ୍ତ । ଦୁଇ ବର୍ଷ ହେବ ଭକ୍ତଙ୍କ ପାଇଁ କେଦାରନାଥ ଦର୍ଶନ ବାରଣ ଥିଲା । କେବଳ ପରଂପରାକୁ ବଞ୍ଚାଇବା ପାଇଁ ୨୦୨୦ ଓ ୨୦୨୧ ମସିହାରେ କେଦାରନାଥଙ୍କ କବାଟ ଖୋଲିଥିଲା ।ଆଜି ସକାଳେ କେଦାରନାଥଙ୍କ ଦ୍ବାର ଖୋଲିବା ପୂର୍ବରୁ କେଦାରନାଥ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ବାସଭବନରୁ ଏକ କେଦାରନାଥଙ୍କ ଡୋଲି ଆସିଥିଲା । ଏହାସହ ଏକ ସେନା ବ୍ୟାଣ୍ଡ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ପହଞ୍ଚି ଥିଲା କେଦାରନାଥଙ୍କ ଡୋଲି । ପରେ ପୁରା ରୀତିନୀତି ଏବଂ ବୌଦ୍ଧିକ ମନ୍ତ୍ର ଉଚାରଣ କରାଯାଇ ମନ୍ଦିର ଖୋଲାଯାଇଥିଲା । ମନ୍ଦିରର କବାଟ ଖୋଲିବା ମାତ୍ରେ ସମଗ୍ର କେଦାରପୁରୀ ଜୟ ବାବା କେଦାରନାଥଙ୍କ ନାଁରେ କମ୍ପି ଉଠିଥିଲା ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୈନିକ ୧୨ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ସେହିପରି ବଦ୍ରିନାଥରେ ୧୫ ହଜାର ଓ ଗଙ୍ଗୋତ୍ରୀରେ ୭ ହଜାର ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିବ ।

ଏହାପୂର୍ବରୁ ଗଙ୍ଗୋତ୍ରୀ ଓ ଯମୁନେତ୍ରୀର କବାଟ ଖୋଲିସାରିଛି । ମେ ୮ରେ ବଦ୍ରିନାଥର କବାଟ ଖୋଲିବ । କବାଟ ଖୋଲିବା ପରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି । କାରଣ ସେମାନେ ପୂର୍ବରୁ ପଞ୍ଜୀକରଣ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.