ମାଲିକ ପାଇଁ ଜୀବନ ଦେଲା କୁକୁର

ନନ୍ଦନକାନନ: ଜନମୁଖରୁ ଶୁଣାଯାଏ ଯେ କୁକୁର ହେଉଛି ଏକ ବିଶ୍ୱସ୍ତ ପ୍ରାଣୀ। ତେଣୁ ଏହି ଜନ ସମାଜ କୁକୁରକୁ ପାଳିବା ସହ ଘର ଜଗୁଆଳି ଭାବେ କୁକୁରକୁ ଘର ଜଗାଇ ନିଜ କାର୍ଯ୍ୟରେ ବାହାରି ଯାଇଥାନ୍ତି। ଆଉ ଏମିତି ବି ଅନେକ ନିଦର୍ଶନ ଅଛି ଯେ ନିଜ ମାଲିକକୁ ବଞ୍ଚାଇବାକୁ ଯାଇ କୁକୁର ନିଜକୁ ବଳିଦାନ ଦେଇଛନ୍ତି। ସେମିତି ଏକ ଘଟଣା ଘଟିଛି ଉତ୍ତର ଭୁବନେଶ୍ୱର ଗଣ୍ଡରପୁର ଟାଙ୍ଗିବନ୍ତ ରୋଡ଼ ଏକ ମଠ ପାଖରେ ରହୁଥିବା ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଘରେ। ପୂର୍ବତନ ସେନା କର୍ମଚାରୀ କବି ନାୟକ ଓ ତାଙ୍କ ସ୍ତ୍ରୀ କୌଣସି କାମରେ ଭୁବନେଶ୍ୱର ଯିବାରଥିଲା। ଏଣୁ ତାଙ୍କର ପାଳିତ କୁକୁରଟିର ଖାଦ୍ୟ ବ୍ୟବସ୍ଥା କରିଦେଇଥିଲେ। ଆସି ଦେଖିଲା ବେଳକୁ ଘର ଦୁଆରମୁଁହରେ ଗୋଟେ ତମ୍ପ ସାପ ଓ କୁକୁରଟି ମରି ପଡିଛନ୍ତି। ଘରେ ପିଲାମାନଙ୍କୁ ଡାକି ପଚାରି ବୁଝିଲେଯେ ସେ ଯିବାର କିଛି ସମୟ ପରେ କୁକୁର ବହୁତ ଭୁକୁଥିଲା। ହେଲେ ଦିନରେ କିଏ ଚୋର କାହିଁ ଆସିବ ଭାବି ସେମାନେ ଆଉ କବାଟ ଖୋଲି ନ ଥିଲେ। କୁକୁରଟି ନିଜ ମାଲିକ ମାଲିକିଆଣି କଥା ରକ୍ଷାକରି ତାଙ୍କ ପିଲାମାନଙ୍କୁ ରକ୍ଷା କରିବାକୁ ଯାଇ ତମ୍ପ ସାପଟିକୁ ଘରେ ପୂରାଇ ଦେଇ ନ ଥିଲା | ଏହି ସାପ କୁକୁର ଲଢ଼େଇରେ ଉଭୟ ୨ ପ୍ରାଣୀଙ୍କ ଜୀବନ ଯାଇଥିବା ସିସିଟିଭିରୁ ଜଣା ପଡିଥିଲା ବୋଲି ଶ୍ରୀ ନାୟକ କହିଛନ୍ତି।