ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଥକୁ ଚଢ଼ିବେନି ଭକ୍ତ; ଦଇତାପତିଙ୍କୁ ୫୭ ଲକ୍ଷ

ଭୁବନେଶ୍ୱର : ଆଇନ ବିଭାଗ ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ଖର୍ଚ୍ଚ ପାଇଁ ମୋଟ ୩୨ କୋଟି ୫ ଲକ୍ଷ ୧୨ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହାମଧ୍ୟରୁ କେବଳ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କ ଦରମା ବାବଦରେ ମୋଟ ୨୫ କୋଟି ୭୧ ଲକ୍ଷ ୭୬ ହଜାର ଟଙ୍କା ରହିଛି। ସେହିପରି ଚଳିତ ବର୍ଷ ରଥଯାତ୍ରାରେ ରଥରେ ଭକ୍ତଙ୍କୁ ନ ଚଢ଼ାଇବା ପାଇଁ କ୍ଷତିପୂରଣ ବାବଦରେ ଦଇତାପତିଙ୍କୁ ୫୭ ଲକ୍ଷ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆଇନ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମହାପ୍ରଭୁଙ୍କ ପର୍ବପର୍ବାଣୀ କରିବା ନିମନ୍ତେ ୨ କୋଟି ୧୨ ଲକ୍ଷ ୯୬ ହଜାର ଟଙ୍କା ଦିଆଯିବ।

ସେହିପରି ଏହି ଅନୁଦାନ ଭିତରେ କୋଠଭୋଗ ଦାନ ଯୋଜନା ପାଇଁ ୨୨ ଲକ୍ଷ ଟଙ୍କା, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ଭତ୍ତା ବାବଦରେ ୨ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଦରମା ବାଦ୍‍ ଶ୍ରୀମନ୍ଦିର ପ୍ରଶାସନକୁ ୧ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରଦାନ କରାଯିବାକୁ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କର୍ପସ ଫଣ୍ଡ ପାଇଁ ୨ କୋଟି ଟଙ୍କା, ବିଭିନ୍ନ ଉନ୍ନତିକରଣ ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା, ଶ୍ରୀମନ୍ଦିର ସେବକ ସ୍ୱାସ୍ଥ୍ୟ ବୀମା ନିମିତ୍ତ ୬ ଲକ୍ଷ ଟଙ୍କା, ଇଂରାଜୀ ମିଡିୟମ ଆବାସିକ ସ୍କୁଲ ପ୍ରତିଷ୍ଠା ପାଇଁ ୬ ଲକ୍ଷ ୪୦ ହଜାର ଟଙ୍କା ଏବଂ ଗରିବ ସେବକଙ୍କ ପାଇଁ ଘର ନିର୍ମାଣ ଯୋଜନାରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Leave A Reply

Your email address will not be published.