ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାତ୍ୟା ଓ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ୮୭ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏ ନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ ଦେଇଛି ବିଭାଗ।

ବୃହତ ଜଳ ପ୍ରକଳ୍ପ ଓ ଲୁଣାବନ୍ଧରେ କ୍ଷତି ହୋଇଛି ୬୯.୧୮ କୋଟି। ଡ୍ରେନେଜରେ ୭.୬୬ କୋଟି। ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ୨.୬୩ କୋଟି। ମଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷୟକ୍ଷତି ହୋଇଛି। ବାଲେଶ୍ୱରର ଏବେ ବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନି।

ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବା ପରେ ଆକଳନ କରାଯିବ। ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ଼ ଘାଇକୁ ମିଶାଇ ୩୫ଟି ଘାଇ ମରାମତି କରାଯାଇଛି। ମୋଟ ୭୭ ଘାଇ ହୋଇଛି। ବାଲେଶ୍ଵରରେ ଲୁଣବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଉଛି। ମୌସୁମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ। ବନ୍ୟା ସ୍ଥିତିରେ ସୁଧାର ଆସୁଛି ।

Leave A Reply

Your email address will not be published.