ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଫେରୁଛି ମାଟି ସାମଗ୍ରୀର ଚାହିଦା: ଘର ସାଜସଜ୍ଜାଠୁ ନେଇ ରୋଷେଇ ସାମଗ୍ରୀ କିଣିବାକୁ ଜମୁଛି ଲୋକଙ୍କ ଭିଡ

ହାଣ୍ଡିଧୁଆ: ପରମ୍ପରାର ଦୁନିଆରେ ପ୍ଳାଷ୍ଟିକ ବଦଳରେ ବଡ଼ୁଛି ମାଟିର ଚାହିଦା । ପାଣି ପିଇବା ବୋତଲ ଠାରୁ ରନ୍ଧା ସାମଗ୍ରୀ ସବୁ କିଛି ମାଟିରେ ତିଆରି । ଦେଖିବାକୁ ଯେତିକି ସୁନ୍ଦର, ବ୍ୟବହାର କରିବା ସେତିକି ସହଜ । ହଜିବାକୁ ବସିଥିବା ମାଟି ସାମଗ୍ରୀ ଏବେ ନୁଆ ରୁପରେ। ଆଉ ଏହାକୁ କିଣିବାକୁ ମଧ୍ୟ ଏବେ ଲୋକଙ୍କ ଭିଡ଼। ଆଧୁନିକ ପିଢ଼ିରେ ପ୍ଳାଷ୍ଟିକ ସାମଗ୍ରୀର ଚାହିଦା ରହିଥିବା ବେଳେ ଏବେ ତାଳଚେର ସହରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଘର କୋଣରେ ସଜାଇବାର ସାମଗ୍ରୀ ହେଉ କି ରନ୍ଧା ସାମଗ୍ରୀ । ଚା କପ୍ ଠାରୁ ହଟ କେଶ, ରୋଟି ସେକିବା ତାୱା ଠାରୁ ରୋଷଇ ହାଣ୍ଡି, ଏପରିକି ଘର କରଣା ସାମଗ୍ରୀ ସବୁ କିଛି ତିଆରି ମାଟିରେ  ଦୁରରୁ ଦେଖିବାକୁ ପ୍ଳାଷ୍ଟିକ ଭଳି ଦେଖାଯାଉଥିଲେ ମଧ୍ୟ ଏହି ସବୁ ତିଆରି ମାଟିରେ । ଦେଖିଲେ କେହି ବିଶ୍ୱାସ କରିବେ ନାହିଁ ଯେ ମାଟିରେ ମଧ୍ୟ ଏପରି ସୁନ୍ଦର ସାମଗ୍ରୀ ପ୍ରସ୍ତୁତ ହୋଇପାରୁଛି। ଦେଖିବାକୁ ଯେତିକି ସୁନ୍ଦର ବ୍ୟବହାର କରିବାକୁ ମଧ୍ୟ ସେତିକି ସହଜ। ସହରର ପ୍ରତିଟି ରାସ୍ତା କଡ଼ରେ ଓ ଛକରେ ଏଭଳି ସାମଗ୍ରୀ ଏବେ ଲୋକଙ୍କ ଚାହିଦାକୁ ପୁରଣ କରୁଛି । ଯିଏ ବି ରାସ୍ତାରେ ଯାଉଛି, କ୍ଷଣକ ପାଇଁ ରାସ୍ତା କଡ଼ରେ ଥିବା ଏହି ସାମଗ୍ରୀକୁ ଦେଖି ଅଟକି ଯାଉଛି । କିଏ ଦାମ ପଚାରି କିଣୁଛି ତ କିଏ ସୁନ୍ଦର ଏବଂ ମାଟିର ନୁଆ ରୁପ ଦେଖି କିଣି ନେଉଛି। ରାସ୍ତା କଡ଼ରେ ସଜେଇ ହୋଇ ରହିଥିବା ଏହି ସବୁ ସାମଗ୍ରୀ ତାଳଚେର ସହରରେ ତ ବିକ୍ରି ହେଉଛି କିନ୍ତୁ ଆସୁଛି ସୁଦୁର କୋଲକତାରୁ । ଏସବୁର ମୂଲ୍ୟ ୧୦୦ ରୁ ଆରମ୍ବ ହୋଇ ୫୦୦ ଟଙ୍କା ପର୍ଯ୍ଯନ୍ତ ରହିଛି । ସହରରେ ବଡ଼ୁଥିବା ମାଟି ସାମଗ୍ରୀର ଚାହିଦାକୁ ଦେଖି ବାହାରୁ ଅନେକ ପରିବାର ଏବେ ଏହି ମାଟି ତିଆରି ସାମଗ୍ରୀକୁ ନେଇ ନିଜର ଜୀବିକା ରୁପେ କୋଇଲାନଗରୀକୁ ବାଛି ନେଇଛନ୍ତି ।

Leave A Reply

Your email address will not be published.