ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଟାଙ୍ଗୀ ପାଟଣା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ମୃତ୍ୟୁ ପରେ ସ୍ତ୍ରୀର ମୃତ୍ୟୁ ଘଟିଛି ।
ସୂଚନାନୁସରେ, ଉକ୍ତ ସାହିର ଦିଲ୍ଲୀପ ପାତ୍ର ଆଠମଲ୍ଲିକର ଏକ ଘରୋଇ ବ୍ୟାଙ୍କରେ ପରିଚାଳକ ଭାବେ କାମ କରୁଥିଲେ। ସେଠାରେ ସେ କାରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ଶେଷ କୃତ୍ୟ କରି ପରିବାର ଲୋକେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଇଟାମାଟି ପୁଲିସ ସୂତ୍ରରୁ ଜଣା ଯାଉଛି । ଖବରପାଇ ପୁଲିସ ପହଞ୍ଚିବା ବେଳକୁ ମହିଳାଙ୍କ ଶବ ସତ୍କାର କରା ସରିଥିବା ଥାନା ଅଧିକାରୀ କହିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ କରୁଛି।